କ୍ରୀଡା

ପୁଣି ଗୋଲଡେନ ଡକ୍‌ରେ ଆଉଟ୍‌ ହେଲେ କୋହଲି, ଚଳିତ ସିଜନରେ ଦୁଇଥର ଶୂନରେ ହେଲେଣି ଆଉଟ୍‌

କ୍ରିକେଟ ପ୍ରେମୀଙ୍କ ପାଇଁ ଆଇପିଏଲର ପ୍ରତ୍ୟେକ ସିଜିନ କୌଣସି ଉତ୍ସବ ଠାରୁ କମ୍‌ ନୁହେଁ। ଆଇପିଏଲ୍‌ ମ୍ୟାଚରେ କେଉଁ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥାଏ, ତ ଆଉ କେଉଁ ଖେଳାଳି ଖରାପ ପ୍ରଦର୍ଶନ କରିଥାଏ। ନିଜର ଖରାପ ଫର୍ମକୁ ସୁଧାରିବା ପାଇଁ ସୁଯୋଗ ମିଳିଥାଏ। ଚଳିତ ଆଇପିଏଲ ସିଜିନ ମୁମ୍ବାଇର ଅଧିନାୟକ ଏବଂ ବାଙ୍ଗାଲୁରୁ ପୂର୍ବ ଅଧିନାୟକ ଦୁହିଁଙ୍କ ପାଇଁ ବହୁତ ମୁସ୍କିଲ ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟକୋହଲି ଖରାପ ଫର୍ମରେ ଚାଲିଛନ୍ତି। କେବଳ ସେତିକି ନୁହେଁ ଆଇପିଏଲ୍‌ ସିଜିନରେ ଲଗାତାର ଦୁଇ ଥର ଗୋଲଡେନ ଡକ୍‌ରେ ଆଉଟ୍‌ ହୋଇସାରିଲେଣି। ମୁମ୍ବାଇର ବ୍ରବର୍ଣ୍ଣ ଷ୍ଟାଡିଅମରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦ ଟିମ୍‌ ବୋଲର ମାର୍କୋ ୟେନସନଙ୍କ ବଲରେ ବିରାଟ କୋହଲି ଆଉଟ୍‌ ହୋଇଛନ୍ତି।

ବିରାଟ କୋହଲି ଆଇପିଏଲରେ ଏପର୍ଯ୍ୟନ୍ତ ୫ ଥର ଗୋଲଡେନ ଡକ୍‌ର ଶିକାର ହୋଇଛନ୍ତି। ୨୦୦୮, ୨୦୧୪, ୨୦୧୭, ୨୦୨୨ରେ ଦୁଇଥର ଗୋଲଡେନ ଡକ୍‌ରେ ଆଉଟ ହୋଇଛନ୍ତି। ଆଇପିଏଲର ଏହି ସିଜନରେ ଦୁଇଥର ଆଉଟ୍‌ ହୋଇଗଲେଣି। ଏହା ପୂର୍ବରୁ ଲକ୍ଷ୍ମୌ ସୁପରଜିଆଣ୍ଟସ ବିପକ୍ଷ ମ୍ୟାଚରେ ମଦ୍ୟ ଶୂନରେ ଆଉଟ୍‌ ହୋଇଥିଲେ।

ଆଇପିଏଲ ରେକର୍ଡରେ ସବୁଠାରୁ ଅଧିକ ଶୂନରେ ଆଉଟ ହୋଇଥିବା ଖେଳାଳି ମଧ୍ୟରେ ରହିଛନ୍ତି ରୋହିତ ଶର୍ମା, ପୀୟୁଷ ଚାଓ୍ଵଲା, ହରଭଜନ ସିଂ, ମନ୍ଦୀପ ସିଂ, ପାର୍ଥିବ ପଟେଲ ଏବଂ ବିରାଟ କୋହଲି ରହିଛନ୍ତି। ରୋହିତ ଶର୍ମା ସର୍ବାଧିକ ୧୩ ଥର ଶୂନରେ ଆଉଟ୍‌ ହୋଇଥିଲେ।

ବିରାଟ କୋହଲି ୧୯ ଏପ୍ରିଲ ଆଇପିଏଲ୍‌ ମ୍ୟାଚରେ ଗୋଲଡେନ ଡକ୍‌ର ଶିକାର ହୋଇଥିଲେ। ଲକ୍ଷ୍ମୌ ବିପକ୍ଷରେ ଥିବା ମ୍ୟାଚରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ ବିରାଟ। ଯାହାକୁ ନେଇ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଥିଲେ । ବିରାଟ ଦୀର୍ଘଦିନରୁ ପ୍ରଦର୍ଶନ ଖରାପ ରହିଛି। ଯାହା ଇଣ୍ଟରନ୍ୟାସନାଲ ମ୍ୟାଚ ପରେ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। ବିରାଟ କୋହଲି ପ୍ରଥମ ବଲରେ ଆଉଟ୍‌ ହେବା ପରେ ହସି ହସି ପାଭିଲିୟନ ଫେରିଛନ୍ତି। ଆଉ ବିରାଟଙ୍କର ଏହି ଭାବଭଙ୍ଗୀ ଭାଇରଲ ହେବାରେ ଲାଗିଥିଲା।

କିଙ୍ଗ କୋହଲି ଏପରି ଆଉଟ୍‌ ହେବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ତୁରନ୍ତ ବିରାଟ କୋହଲି ଟ୍ରେଣ୍ଡରେ ରହିଥିଲେ । ବିରାଟଙ୍କ ଭିଡିଓ, ଫଟୋ ଏବଂ ସ୍କୋର ଖବୁଜୋରରେ ଭାଇରଲ ହେଇଥିଲା। ବିରାଟ କୋହଲି ଆଉଟ୍‌ ହେବା ପରେ ଫ୍ୟାନ୍ସ ଅଲଗା ଅଲଗା ପ୍ରତିକ୍ରିୟା ଦେଇଥିଲେ। ଷ୍ଟାଡିୟମରେ ଜଣେ ମହିଳା ଫ୍ୟାନ୍ସ ନିଜ ମୁହଁକୁ ଘୋଡାଇ ଥିବା ବେଳେ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା। କିଛି ଫ୍ୟାନ୍ସ ଲେଖିଛନ୍ତି, ବିରାଟ କୋହଲିଙ୍କୁ ଏପରି ଦେଖି ହୃଦୟ ଭାଙ୍ଗିଯାଉଛି। ବିରାଟଙ୍କ କ୍ୟାରିଅର ଶେଷ ହେବାକୁ ବସିଲାଣି ବୋଲି ମଧ୍ୟ କମେଣ୍ଟ ଦେଖିବାକୁ ମିଳିଥିଲା।

Swagatika

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

21 seconds ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

12 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

24 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago