କ୍ରୀଡା

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ବୁମରା ପ୍ରସ୍ତୁତ, ଶାମିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ଟିମ୍‌

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଆସନ୍ତା ଡିସେମ୍ବର ୨୬ରୁ ଟେଷ୍ଟ ସିରିଜ ଖେଳାଯିବ । ଟେଷ୍ଟ ସିରିଜ ପୂର୍ବରୁ ୩ଟି ଟି-୨୦ ମ୍ୟାଚ୍‌ ଏବଂ ୩ଟି ଦିନିକଆ ମ୍ୟାଚ ଖେଳିବ । ତେବେ ଦୁଇଟି ଯାକର ଟିମ ସିରିଜ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ସିରିଜ ପୂର୍ବରୁ ଜସପ୍ରୀତ ବୁମରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫଟୋରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ପରିଶ୍ରମ କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଦେଇ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରୁଛନ୍ତି ।

ସେହିପରି ମହମ୍ମଦ ଶାମି ଗୋଇଠି ଯନ୍ତ୍ରଣାରେ ପୀଡିତ ଥିଲେ । ଏହାର ଉପଚାର ପାଇଁ ମୁମ୍ବାଇର ସ୍ପୋଟର୍ସ ଅର୍ଥୋପେଟିକଙ୍କ ପରାମର୍ଶ ନେଉଥିଲେ । କିନ୍ତୁ ଏବେ ମଇଦାନକୁ ଫେରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରଲ ହେଉଛି । ଭିଡିଓରେ ଉତ୍ତର ପ୍ରଦେଶ ଅମରୋହରେ ଫାର୍ମହାଉସରେ ନେଟସର ବୋଲିଂ କରୁଥିବା ନଜର ଆସିଛନ୍ତି ।

ତେବେ ଶାମିଙ୍କ ନାମ ପ୍ରଥମ ଟେଷ୍ଟରେ ସାମିଲ ରହିଛି । କିନ୍ତୁ ତାଙ୍କ ନାଁ ସହିତ ଷ୍ଟାର ଚିହ୍ନ ମଧ୍ୟ ଲାଗିଛି । ତେବେ ପ୍ରଥ ଟେଷ୍ଟ ମ୍ୟାଚରେ ଖେଳିବେ କି ନାହିଁ, ତାହା ତାଙ୍କ ଫିଟନେସ ଉପରେ ନିର୍ଭର କରୁଛି । ତେବେ ତାଙ୍କ ଆହତ ସମସ୍ୟା ଗୁରୁତର କି ନାହିଁ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ଜସପ୍ରୀତ ବୁମରା ୩୦ଟି ଟେଷ୍ଟ ମ୍ୟାଚ, ୮୯ ଦିନିକିଆ ଏବଂ ୬୨ ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାଛଡା ଆଇପିଏଲ ୧୨୦ଟି ମ୍ୟାଚ ଖେଳିସାରିଛନ୍ତି । ବୁମରା ୩୦ଟି ଟେଷ୍ଟ ମ୍ୟାଚରେ ୨୧.୯୯ ଆଭରେଜରେ ୪୮.୯୭ ଷ୍ଟ୍ରାଇକ ରେଟରେ ୧୨୮ ଓ୍ଵିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ବୁମରା ୨୭ ରନ୍‌ ଦେଇ ୬ ଓ୍ଵିକେଟ ନେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷରେ ବୁମରାଙ୍କ ଟେଷ୍ଟ ରେକର୍ଡ ଭଲ ରହିଛି ।

ସାଉଥ ଆଫ୍ରିକା ପାଇଁ ଟେଷ୍ଟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଯଶସ୍ୱୀ ଜୟସଓ୍ଵାଲ, ଶ୍ରେୟସ ଆୟର, ଋତୁରାଜ ଗାୟକ୍ୱାଡ, ଈଶାନ କିଶନ(ଓ୍ଵିକେଟ କିପର), କେଏଲ ରାହୁଲ (ଓ୍ଵିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି*, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ।

Swagatika

Recent Posts

ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ…

29 mins ago

ଅଯୋଧ୍ୟାରୁ ଦର୍ଶନ ସାରି ଫେରୁଥିଲେ; ରାସ୍ତାରେ କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହେଲେ ପତ୍ନୀ

ବିହାରର ସାରଣ ଜିଲ୍ଲାର ଛାପରାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି…

30 mins ago

ରଜ ସଂକ୍ରାନ୍ତିରେ ଅଘଟଣ: ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢାଖୋଲ (କେନ୍ୟୁଜ): ରେଢାଖୋଲରେ ଅଘଟଣ ।  ପୋଖରୀରେ ବୁଡ଼ି ୨ଭାଇଙ୍କ ମୃତ୍ୟୁ ।  ରେଢାଖୋଲ ସହର କଳିନ୍ଦର ସାହିରେ ଏହି…

40 mins ago

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ଗାଡିରେ ଥିଲେ ୨୩ ଯାତ୍ରୀ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି ।…

47 mins ago

ଆତିଥ୍ୟ ପାଇଁ ଇଟାଲୀ ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୋଦି, ଭିନ୍ନ ଅନ୍ଦାଜରେ ସେଲଫି ନେଲେ ମୋଦି ଏବଂ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଟାଲୀରୁ ଫେରିବା ପରେ ସେଠିକାର ଆତିଥ୍ୟକୁ…

1 hour ago

କୋରାପୁଟରେ ଗଡୁନି ଘରୋଇ ବସ୍, ରଜରେ ଯାତ୍ରୀ ହନ୍ତସନ୍ତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡୁନି ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ…

1 hour ago