ରାଜ୍ୟ

ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା: ରାତି ୩ଟାରୁ ୧୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ପାଖରେ ପହଁଚିଲେ ପିଲା

ରାୟଗଡା(କେନ୍ୟୁଜ): ମିଳୁନି ଭଲ ଖାଇବା କି ଶୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ,  କି ଖେଳିବା ପାଇଁ ସୁବିଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଏବେ ଆଗେଇ ଆସିଛନ୍ତି ଉକ୍ତ ଆବାସିକ ବିଦ୍ୟାଳୟଙ୍କ ଛାତ୍ରମାନେ । ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଦୀର୍ଘ ୧୫ କିଲୋମିଟ ଚାଲି ଚାଲି ଆସିଛନ୍ତି ଏହି ଛାତ୍ର ମାନେ ।

ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟର ଏହି ୧୪ ଜଣ ଛାତ୍ର । ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହିତ ଅଭଦ୍ର ଭାଷରେ ଗାଳି ଗୁଲଜ ଅଭିଯୋଗ ନେଇ ଏହି ଛାତ୍ରମାନେ ଆଜି ଭୋର ପ୍ରାୟ ସାଢ଼େ ୩ ଟାରୁ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ନକଟରେ ପହଁଚିଥିଲେ ।

ଉକ୍ତ ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ଜଣ ବାଳିକା ରହି ପାଠ ପଢ଼ୁଥିବା ନେଇ ସୂଚନା ଦେଇଛନ୍ତି ଏହି ଛାତ୍ରମାନେ। ତେବେ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଏମାନେ ଦାବି କରିଛନ୍ତି । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶଂସନ ହସ୍ତକ୍ଷପ କରି ସମସ୍ୟାର ସମାଧାନ କରିବା ନିହାତୀ ଜରୁରୀ ।

 

Sonalisa

Recent Posts

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

5 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

11 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

26 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 hour ago