କ୍ରୀଡା

ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିପାରନ୍ତି କେଏଲ ରାହୁଲ ! ଚିକିତ୍ସା ପାଇଁ ଗଲେ ଲଣ୍ଡନ

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ସିରିଜ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ବାକି ରହିଛି । ଶେଷ ମ୍ୟାଚ୍‌ ଧର୍ମଶାଳାରେ ହେବ । ଏହି ମ୍ୟାଚରୁ ଭାରତୀୟ ଟିମର ଷ୍ଟାର ବ୍ୟାଟର କେଏଲ ରାହୁଲ ମଧ୍ୟ ବାଦ୍‌ ପଡିପାରନ୍ତି । ରିପୋର୍ଟ ମୁତାବକ, କେଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି । ରାହୁଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିଥିଲେ । ଏହାପରେ ୩ଟି ମ୍ୟାଚ ଖେଳିପାରିନଥିଲେ । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି କେଏଲ ରାହୁଲ ।

କେଏଲ ରାହୁଲ ହାଇଦ୍ରାବାଦ ଟେଷ୍ଟରେ ଖେଳିଥିଲେ, ଏହାପରେ ଟିମରୁ ବାଦ୍‌ ପଡିଥିଲେ । ଡାହାଣ ଗୋଡ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ରାଜକୋଟ ଟେଷ୍ଟରୁ ବାଦ୍‌ ପଡିଥିଲେ । ଏହାପରେ ଟିମରୁ ବାଦ୍‌ ପଡିଛନ୍ତି ରାହୁଲ । ତେବେ ଖବର ମୁତାବକ, ଚିକିତ୍ସା ପାଇଁ ରାହୁଲ ଲଣ୍ଡନ ଯାଇଛନ୍ତି ।

ବିସିସିଆଇ ଚୟନକର୍ତ୍ତା କମିଟି ରାହୁଲଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । ରାହୁଲ ଧର୍ମଶାଳା ଟେଷ୍ଟରେ ଖେଳିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଟିମ୍‌ ୩-୧ରେ ସିରିଜ ଜିତିସାରିଛି । ତେଣୁ ରୋହିତ ବାହିନୀ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ ବୋଲି ଆକଳନ କରାଯାଉଛି ।

ରାହୁଲ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ଅର୍ଦ୍ଧଶତକ ମାରିଥିଲେ ରାହୁଲ । ରାହୁଲ ପ୍ରଥମ ପାଳିରେ ୮୬ ରନ୍‌ କରିଥିଲେ । ଦ୍ୱିତୀୟ ପାଳିରେ ୨୨ ରନ କରିଥିଲେ । କେଏଲ ରାହୁଲ ଏପର୍ଯ୍ୟନ୍ତ ୫୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୨୮୬୩ ରନ୍‌ କରିଛନ୍ତି । ଏଥିରେ ୮ ଅର୍ଦ୍ଧଶତକ ଏବଂ ୧୪ଟି ଅର୍ଦ୍ଧଶତକ ମାରିଛନ୍ତି । ରାହୁଲଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୯୯ ରହିଛି ।

Swagatika

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

3 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

6 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

18 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

26 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago