ଧର୍ମଶାଳା ଟେଷ୍ଟରୁ ବାଦ୍ ପଡିପାରନ୍ତି କେଏଲ ରାହୁଲ ! ଚିକିତ୍ସା ପାଇଁ ଗଲେ ଲଣ୍ଡନ
କେଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି । ରାହୁଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିଥିଲେ । ଏହାପରେ ୩ଟି ମ୍ୟାଚ ଖେଳିପାରିନଥିଲେ । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି କେଏଲ ରାହୁଲ ।
ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ସିରିଜ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ବାକି ରହିଛି । ଶେଷ ମ୍ୟାଚ୍ ଧର୍ମଶାଳାରେ ହେବ । ଏହି ମ୍ୟାଚରୁ ଭାରତୀୟ ଟିମର ଷ୍ଟାର ବ୍ୟାଟର କେଏଲ ରାହୁଲ ମଧ୍ୟ ବାଦ୍ ପଡିପାରନ୍ତି । ରିପୋର୍ଟ ମୁତାବକ, କେଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି । ରାହୁଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିଥିଲେ । ଏହାପରେ ୩ଟି ମ୍ୟାଚ ଖେଳିପାରିନଥିଲେ । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି କେଏଲ ରାହୁଲ ।
କେଏଲ ରାହୁଲ ହାଇଦ୍ରାବାଦ ଟେଷ୍ଟରେ ଖେଳିଥିଲେ, ଏହାପରେ ଟିମରୁ ବାଦ୍ ପଡିଥିଲେ । ଡାହାଣ ଗୋଡ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ରାଜକୋଟ ଟେଷ୍ଟରୁ ବାଦ୍ ପଡିଥିଲେ । ଏହାପରେ ଟିମରୁ ବାଦ୍ ପଡିଛନ୍ତି ରାହୁଲ । ତେବେ ଖବର ମୁତାବକ, ଚିକିତ୍ସା ପାଇଁ ରାହୁଲ ଲଣ୍ଡନ ଯାଇଛନ୍ତି ।
ବିସିସିଆଇ ଚୟନକର୍ତ୍ତା କମିଟି ରାହୁଲଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । ରାହୁଲ ଧର୍ମଶାଳା ଟେଷ୍ଟରେ ଖେଳିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଟିମ୍ ୩-୧ରେ ସିରିଜ ଜିତିସାରିଛି । ତେଣୁ ରୋହିତ ବାହିନୀ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ ବୋଲି ଆକଳନ କରାଯାଉଛି ।
ରାହୁଲ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ଅର୍ଦ୍ଧଶତକ ମାରିଥିଲେ ରାହୁଲ । ରାହୁଲ ପ୍ରଥମ ପାଳିରେ ୮୬ ରନ୍ କରିଥିଲେ । ଦ୍ୱିତୀୟ ପାଳିରେ ୨୨ ରନ କରିଥିଲେ । କେଏଲ ରାହୁଲ ଏପର୍ଯ୍ୟନ୍ତ ୫୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୨୮୬୩ ରନ୍ କରିଛନ୍ତି । ଏଥିରେ ୮ ଅର୍ଦ୍ଧଶତକ ଏବଂ ୧୪ଟି ଅର୍ଦ୍ଧଶତକ ମାରିଛନ୍ତି । ରାହୁଲଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୯୯ ରହିଛି ।