ବଦଳିଲେ ୩ ଜିଲ୍ଲାପାଳ, ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ

ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବରର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କର କଟକକୁ ବଦଳି ହୋଇଛି ।

ମୟୂରଭଞ୍ଜ(କେନ୍ୟୁଜ୍‌): ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ବରର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କର କଟକକୁ ବଦଳି ହୋଇଛି । ସେ କଟକ ମ୍ୟୁନିସିପାଲିଟି କମିସନର ଭାବେ ନିଯୁକ୍ତ ହୋଇଛନ୍ତି । ସିଡିଏ କମିସନର ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ମିଳିଛି ନିଯୁକ୍ତି । ସେହିପରି ବାଲେଶ୍ବରର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

 

You might also like