ଖୁବ୍‌ ଶୀଘ୍ର ହାତକୁ ଦିହାତ ହେବେ ତାପସୀ ପନ୍ନୁ, ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ର କୋଚ୍‌ଙ୍କୁ କରିବେ ବିବାହ

ଏବେ ବଲିଉଡରେ ଆଉ ଜଣେ ଅଭିନେତ୍ରୀ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି । ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ତେବେ ତାପସୀ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଆଜିକାଲି ବଲିଉଡରେ ଇଣ୍ଡଷ୍ଟ୍ରୀରେ ମ୍ୟାରେଜ୍‌ର ସିଜିନ୍‌ ଚାଲିଛି । ବର୍ଷ ଆରମ୍ଭରେ ଆମିର ଖାନଙ୍କ ଝିଅ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିଥିଲେ । ଏହା ପରେ ନିକଟରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଗୋଆରେ ବିବାହ କରିଥିଲେ । ତେବେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହର ଅନେକ ଫଟୋ ଭାଇରାଲ ହୋଇଛି । ଏବେ ବଲିଉଡରେ ଆଉ ଜଣେ ଅଭିନେତ୍ରୀ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି । ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ତେବେ ତାପସୀ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ମାର୍ଚ୍ଚ ଶେଷ ସୁଦ୍ଧା ଏହି କପଲ ବିବାହ କରିବେ ବୋଲି ଖବର ସାମ୍ନାକୁ ଆସୁଛି ।

ତାପସୀ ପନ୍ନୁ ଗତ ୧୦ ବର୍ଷ ଧରି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ର କୋଚ୍‌ ମାଥିଆସ ବୋଙ୍କ ସହ ସମ୍ପର୍କରେ ରହିଛନ୍ତି । ଏବେ ଅଭିନେତ୍ରୀ ନିଜର ବୟଫ୍ରେଣ୍ଡଙ୍କୁ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ତେବେ ମାର୍ଚ୍ଚ ଶେଷରେ ଉଦୟପୁରରେ ଶିଖ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାପସୀ ଏବଂ ମାଥିଆସ ବିବାହ କରିପାରନ୍ତି । ଏହା ସହ ଏପରି ମଧ୍ୟ ଖବର ରହିଛି ଯେ ବଲିଉଡର ବହୁତ କମ୍‌ ଷ୍ଟାର ଏହି ବିବାହରେ ସାମିଲ ହେବେ । କିନ୍ତୁ ଏହି ବିବାହ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

ନିକଟରେ ତାପସୀ ତାଙ୍କ ଖୁସି ସମସ୍ତଙ୍କ ସହ ସେୟାର କରିଥିଲେ । ଏହା ସହ ତାଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହା ବ୍ୟତୀତ ତାପସୀ ତାଙ୍କ ଲଭ୍‌ ଷ୍ଟୋରି ବିଷୟରେ ମଧ୍ୟ କହିଥିଲେ । ତାପସୀ କରିଛନ୍ତି ଯେ ସେ ୨୦୧୩ ମସିହାରେ ‘ଚଶମେ ବଦୁର’ ଫିଲ୍ମରେ ଡେବ୍ୟୁ କରିବାବେଳେ ମାଥିଆସଙ୍କୁ ଭେଟିଥିଲେ । ଏହା ସହ ତାପସୀ ଏପରି ମଧ୍ୟ କହିଥିଲେ ଯେ ସେ ସେହି ସମୟ ଠାରୁ ମାଥିଆସଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ଏବଂ ତାଙ୍କ ବ୍ୟତୀତ ସେ ଆଉ କାହା ସହ ରହିବାକୁ ଚିନ୍ତା କରିନାହାନ୍ତି ।

ତାପସୀ ପନ୍ନୁଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କର ଶେଷ ରିଲିଜ୍ ଫିଲ୍ମ ଥିଲା ଶାହାରୁଖ ଖାନଙ୍କ ଅଭିନୀତ ‘ଡିଙ୍କି’ । ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ବର୍ତ୍ତମାନ ତାପସୀ କମେଡି ଓ ଡ୍ରାମା ଫିଲ୍ମ ‘ୱୋ ଲଡକି ହେ କାହା’ ରେ ନଜର ଆସବାକୁ ଯାଉଛନ୍ତି । ଏହି ଫିଲ୍ମଟି ଅର୍ଶଦ ସୟଦଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ସେ ପ୍ରତୀକ ବାବର ଏବଂ ପ୍ରତୀକ ଗାନ୍ଧୀଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.