ମେଣ୍ଟାଲ ହେଲଥ୍‌କୁ ଭଲ ରଖିଥାଏ ଡ୍ୟାନ୍ସ, ଜାଣନ୍ତୁ ଏହା କିପରି ସାହାଯ୍ୟ କରିବ

ଯଦି ଆପଣ ନିଜ ମେଣ୍ଟାଲ ହେଲଥ୍‌ରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ଡ୍ୟାନ୍ସ ଏକ ବହୁତ ଭଲ ଉପାୟ ହୋଇଥାଏ । ତେବେ ଡ୍ୟାନ୍ସ କରିବା ଦ୍ୱାରା କେବଳ ଆମକୁ ଖୁସି ମିଳେ ନାହିଁ, ବରଂ ଏହା ଆମ ଷ୍ଟ୍ରେସ୍‌କୁ ମଧ୍ୟ କମ୍‌ କରିଥାଏ ।

ଯଦି ଆପଣ ନିଜ ମେଣ୍ଟାଲ ହେଲଥ୍‌ରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ଡ୍ୟାନ୍ସ ଏକ ବହୁତ ଭଲ ଉପାୟ ହୋଇଥାଏ । ତେବେ ଡ୍ୟାନ୍ସ କରିବା ଦ୍ୱାରା କେବଳ ଆମକୁ ଖୁସି ମିଳେ ନାହିଁ, ବରଂ ଏହା ଆମ ଷ୍ଟ୍ରେସ୍‌କୁ ମଧ୍ୟ କମ୍‌ କରିଥାଏ । ଯେତେବେଳେ ଆମେ ଡ୍ୟାନ୍ସ କରିଥାଉ, ସେତେବେଳେ ଆମ ଶରୀରର ହାପି ହରମୋନ୍‌ରେ ଉନ୍ନତ ହୋଇଥାଏ । ଏହା ବ୍ୟତୀତ ଡ୍ୟାନ୍ସ କରିବା ଦ୍ୱାରା ଆମ ପୂରା ଦିନର ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବାରେ ଅନେକ ସହାୟକ ମିଳିଥାଏ । ତେଣୁ ଯଦି ଆପଣ ନିଜ ମନକୁ ହାଲୁକା କରିବାକୁ ଏବଂ ଖୁସି ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ନିଜ ପ୍ରିୟ ଗୀତରେ ଡ୍ୟାନ୍ସ କରିବା ଉଚିତ । ଯାହାଦ୍ୱାରା ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇବେ ।

ଷ୍ଟ୍ରେସ୍‌ କମ୍‌ କରିଥାଏ :
ଯେତେବେଳେ ଆମେ ଡ୍ୟାନ୍ସ କରୁ, ଆମ ଶରୀର ଏଣ୍ଡୋରଫିନ୍ ନାମକ ଏକ ସ୍ୱତନ୍ତ୍ର ହରମୋନ୍ ଆକ୍ଟିଭି ହୋଇଥାଏ । ଏହି ହରମୋନ୍ ଆମକୁ ବହୁତ ଖୁସି ଦେଇଥାଏ ଏବଂ ଆମକୁ ଚାପରୁ ମୁକ୍ତି ଦେଇଥାଏ । ଏହା ଆମର ଚିନ୍ତା ଏବଂ ମାନସିକ ଦୁଃଖକୁ କମ୍‌ କରିଥାଏ ।

ଆତ୍ମ ସମ୍ମାନ ବଢିଥାଏ :
ଡ୍ୟାନ୍ସ କରିବା ଦ୍ୱାରା ଆମ ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଯେତେବେଳେ ଆମେ କିଛି ନୂଆ ଡ୍ୟାନ୍ସ ଷ୍ଟେପ୍‌ ଶିଖିଥାଉ, ସେତେବେଳେ ଆମେ ନିଜ ପାଇଁ ଗର୍ବିତ ଅନୁଭବ କରିଥାଉ । ଏହା ଆମକୁ ଖୁସି ଦେଇଥାଏ ଏବଂ ଆମର ଆତ୍ମ ସମ୍ମାନ ବଢିଥାଏ ।

ଖୁସି ଅନୁଭବ ହୋଇଥାଏ :
ଯେତେବେଳେ ଆମେ ଡ୍ୟାନ୍ସ କରିଥାଉ, ଆମ ଶରୀର ଏଣ୍ଡୋରଫିନ୍ ପରି ଏକ ହାପି ହରମୋନ୍ ଆକ୍ଟିଭି ହୋଇଥାଏ । ଏହି ହରମୋନ୍ ଆମକୁ ବହୁତ ଖୁସି ଏବଂ ଶକ୍ତିଶାଳୀ ଅନୁଭବ କରାଇଥାଏ । ଏହା ଆମର ମନୋବଳକୁ ଉନ୍ନତ କରିଥାଏ ଏବଂ ଆମେ ଷ୍ଟ୍ରେସ୍‌ ଫ୍ରି ହୋଇଥାଉ । ତେବେ ଏପରି ଭାବେ ଡ୍ୟାନ୍ସ ଆମକୁ ଷ୍ଟ୍ରେସ୍‌ ଫ୍ରି କରିଥାଏ ଏବଂ ଖୁସି ରଖିଥାଏ ।

ନୂଆ ସାଙ୍ଗ ତିଆରି କରି ପାରିବେ :
ଯେତେବେଳେ ଆପଣ ଏକ ଡ୍ୟାନ୍ସ କ୍ଲାସ୍‌କୁ ଯାଆନ୍ତି କିମ୍ବା ଏକ ନୂଆ ଟିମ୍‌ରେ ଡ୍ୟାନ୍ସ କରିନ୍ତି, ସେତେବେଳେ ଆପଣ ନୂଆ ସାଙ୍ଗ ତିଆରି କରିବାକୁ ସୁଯୋଗ ପାଆନ୍ତି । ଏହା ଆପଣଙ୍କୁ ଖୁସି ଦେଇଥାଏ । ତେବେ ସେହି ସ୍ଥାନରେ ଆପଣ ନୂଆ ନୂଆ ସାଙ୍ଗ ତିଆରି କରିଥାନ୍ତି । ଯାହା ଦ୍ୱାରା ଆପଣ ବହୁତ ଖୁସି ରହିଥାନ୍ତି ଏବଂ ବହୁତ ଭଲ ସାଙ୍ଗ ମଧ୍ୟ ହୋଇଥାନ୍ତି ।

ଆକ୍ଟିଭି ରହିବେ :
ଡ୍ୟାନ୍ସ ହେଉଛି ଏକ ମଜାଦାର ଶାରୀରିକ ବ୍ୟାୟାମ ଯାହା ଆମକୁ ଫିଟ୍ ରଖେ । ଏହା ଆମ ଶରୀରକୁ ଆକ୍ଟିଭି କରିଥାଏ ଏବଂ ଆମକୁ ଫିଟ୍ ରଖେ । ଏହା ବ୍ୟତୀତ ଡ୍ୟାନ୍ସ ମଧ୍ୟ ଆମ ମନକୁ ଖୁସି ରଖେ । ଏହା ଆମକୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖେ । ଡ୍ୟାନ୍ସ ଆପଣଙ୍କ ଚିନ୍ତାଧାରାକୁ ବଢାଇଥାଏ ଏବଂ ଆପଣଙ୍କୁ ଅଧିକ ଆକ୍ଟିଭି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.