ବୋହୂ ପାଇଁ ଗୁହାଳରେ ଶାଶୁ-ଶ୍ୱଶୁର, ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଅନେକ କିଛି ଆଶା ନେଇ ଅପେକ୍ଷାରେ ଥାଆନ୍ତି ବାପା ମା । ପୁଅ ବୋହୂ ଆମର ସାହାରା ପାଲଟିବେ । କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଭଙ୍ଗା ଗୁହାଳରେ ବିତୁଛି ଦିନ । ବୋହୂର ଅତ୍ୟାଚାରରେ ବୃଦ୍ଧ ଦମ୍ପତି ଅତିଷ୍ଠ ହୋଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପୁଅ ବଡ଼ ହେଲେ ବାପା-ମାଆଙ୍କ ଦୁଃଖ ଯିବ । ବୋହୂ ଆସିବ ଶାଶୂ ଶଶୂରଙ୍କ ଯତ୍ନ ନେବ । ଏମିତି ଅନେକ କିଛି ଆଶା ନେଇ ଅପେକ୍ଷାରେ ଥାଆନ୍ତି ବାପା ମା । ପୁଅ ବୋହୂ ଆମର ସାହାରା ପାଲଟିବେ । କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଭଙ୍ଗା ଗୁହାଳରେ ବିତୁଛି ଦିନ । ବୋହୂର ଅତ୍ୟାଚାରରେ ବୃଦ୍ଧ ଦମ୍ପତି ଅତିଷ୍ଠ ହୋଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ନିଜ ବାପା’ ମାଙ୍କ ପ୍ରତି କିଏ କଣ ଏପରି ନିଷ୍ଠୁର ହୋଇପାରେ । ଯେଉଁ ବାପା ମା ଜନ୍ମ ଦେଇ କୋଳେଇ କାଖେଇ ଏତେ ବଡ଼ କଲେ ହାତ ଧରି ଚାଲିବା ଶିଖାଇଲେ ଆଜି ସେହି ପୁଅ ପାଇଁ ବାପା ମାଙ୍କୁ ଏ ଦିନ ଦେଖିବାକୁ ପଡ଼ୁଛି । ବାରକୋଟ ଥାନା ଶିମିଳିନାଳି ଗ୍ରାମର ବୃଦ୍ଧ ନାଗା ବେହେରା ଓ ତାଙ୍କ ପତ୍ନୀ ପ୍ରମିଳା ବେହେରା । ତାଙ୍କ ବଡ଼ ବୋହୂ ସୁନିତା ପ୍ରଧାନ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ସେମାନେ ଘର ଛାଡି ଏକ ଭଙ୍ଗା ଗୁହାଳରେ ଦିନ କାଟୁଥିବା ବେଳେ ଗ୍ରାମବାସୀ ଦେବଗଡ଼ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିନାଳୀ ଗ୍ରାମର ବୃଦ୍ଧ ନାଗା ବେହେରା ଓ ତାଙ୍କ ପତ୍ନୀ ପ୍ରମିଳା ବେହେରାଙ୍କୁ ତାଙ୍କ ବଡ଼ ବୋହୁ ସୁନିତା ପ୍ରଧାନ ଗତ ୫ ମାସ ଧରି ନିର୍ଯ୍ୟାତନା ଦେଇ ଆସୁଥିବା ଏବଂ ଭୟଭୀତ କରି ରଖିଥିବାରୁ ଶାଶୁ ନାଗା ଓ ଶଶୂର ପ୍ରମିଳା ନିଜ ଘର ଛାଡି ଏକ ଭଙ୍ଗା ଗୁହାଳରେ ଦିନ କାଟୁଥିବା ପୀଡିତ ଦମ୍ପତି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଗତ ଜନ୍ମାଷ୍ଟମୀ ରାତିରେ କୌଣସି କାରଣକୁ ନେଇ ଶାଶୁ ପ୍ରମିଳା ଓ ବୋହୁ ସୁନିତା ମଧ୍ୟରେ କଥା କଟାକଟି ହୋଇଥିଲା l ଏଥିରେ ବୋହୂ ସୁନିତା କୁଆଡେ ଶାଶୁ ପ୍ରମିଳାଙ୍କୁ ମାଡ଼ ମାରିଥିଲେ l ଏହି ଘଟଣାକୁ ନେଇ ପ୍ରମିଳା ଓ ନାଗା ଗତ ସେପ୍ଟେମ୍ବର ୮ ତାରିଖ ଦିନ ଗ୍ରାମର କିଛି ମୁଖ୍ୟ ପୁରୋଧା ବ୍ୟକ୍ତିଙ୍କୁ ଡକାଇ ଘଟଣା ସମ୍ପର୍କରେ ଜଣାଇବା ସହ ସାମାଜିକ ଚଳଣିରେ ଘଟଣାର ବିଚାର ପାଇଁ ଅନୁରୋଧ କରିଥିଲେ l ଅଭିଯୋଗ ପାଇ ଗ୍ରାମବାସୀ ମାନେ ବୋହୂ ସୁନିତାକୁ ଡକାଇ ଘଟଣା ସମ୍ପର୍କରେ ପଚାରିବାରୁ ସୁନିତା ସେମାନଙ୍କୁ ଅମାନ୍ୟ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଫଳରେ ସେଠାରୁ ସେମାନେ ଚାଲି ଯାଇଥିଲେ l ଆଉ କୌଣସି ସମାଧାନ କରିପାରି ନ ଥିଲେ l

ବାହାରେ ରହି କାମ କରୁଥିବା ନିଜ ବଡ଼ ପୁଅ (ସୁନିତାଙ୍କ ସ୍ୱାମୀ) ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ଡାକିବାକୁ ପରାମର୍ଶ ଦେଇଥିଲେ l ଗ୍ରାମବାସୀଙ୍କ ପରାମର୍ଶ ଅନୁଯାୟୀ ପ୍ରମିଳା ନିଜ ପୁଅକୁ ଡକାଇବାରୁ ସେପ୍ଟେମ୍ବର ୨୦ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ର ଗାଁକୁ ଫେରି ଗ୍ରାମବାସୀଙ୍କୁ ବିଚାର ପାଇଁ ଡାକିଥିଲେ l ମାତ୍ର ସେଠାରେ ମଧ୍ୟ ସମସ୍ୟାର କୌଣସି ସମାଧାନ ହେବା ପରିବର୍ତ୍ତେ ସମସ୍ୟା ଅଧିକ ଜଟିଳ ହୋଇଥିଲା l ଉକ୍ତ ବୈଠକରେ ମଧ୍ୟ ବୋହୂ ସୁନିତା ଓ ପୁଅ ପୂର୍ଣ୍ଣଚନ୍ଦ୍ର ଗ୍ରାମବାସୀଙ୍କୁ ଅମାନ୍ୟ କରି କୁଆଡେ ବୈଠକ ଛାଡି ଚାଲି ଯାଇଥିଲେ l ଏପରିକି ସେହି ଦିନ ଠାରୁ ଶାଶୁ ପ୍ରମିଳା ଓ ଶ୍ୱଶୁର ନାଗାକୁ ବୋହୂ ସୁନିତା ମାଡ଼ ଗାଳି କରି ଭୟଭୀତ କରିବାରୁ ବୃଦ୍ଧ ଦମ୍ପତି ଘରୁ ବାହାରି ଆସି ଏକ ଭଙ୍ଗା ଗାଈ ଗୁହାଳରେ ପଲିଥିନ ଟାଙ୍ଗି ଆଜି ପର୍ଯ୍ୟନ୍ତ ରହି ଆସୁଛନ୍ତି l

ଅନ୍ୟ ପକ୍ଷରେ ବିଚାର ପାଇଁ ବୈଠକ ଡକାଇଥିବା ଓ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଆକ୍ରୋଶ ମୂଳକ ମନୋଭାବ ନେଇ ବିଭିନ୍ନ ସମୟରେ ସୁନିତା ସେମାନଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରୁଥିବାରୁ ପୁଲିସ ଗାଁକୁ ବାରମ୍ବାର ଆସି ବୃଦ୍ଧ ଦମ୍ପତିଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ଭୟଭୀତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେହିପରି ବୋହୂ ସୁନିତାଙ୍କ ଯୋଗୁଁ ପ୍ରମିଳା ଓ ନାଗାଙ୍କ ପରିବାର ଅଶାନ୍ତିରେ ଦିନ କାଟୁଥିବା ବେଳେ ସୁନିତାଙ୍କ ମିଥ୍ୟା ଅଭିଯୋଗରେ ବାରକୋଟଥାନା ପୁଲିସ ବାରମ୍ବାର ଗାଁକୁ ଆସୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l

ବୋହୂ ସୁନିତାଙ୍କ ଅତ୍ୟାଚାର ଓ ନିର୍ଯ୍ୟାତନାରୁ ନାଗା ଓ ପ୍ରମିଳାଙ୍କ ସମେତ ଗ୍ରାମବାସୀଙ୍କୁ ରକ୍ଷା କରିବା ପାଇଁ ଶତାଧିକ ଗ୍ରାମବାସୀ ପୀଡିତା ଦମ୍ପତିଙ୍କୁ ସାଙ୍ଗରେ ଧରି ଦେବଗଡ଼ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଘଟଣାର ଉଚିତ ତଦନ୍ତ କରି ପୀଡିତ ବୃଦ୍ଧ ଦମ୍ପତି ଓ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.