Below header

କ୍ଷଣିକରେ ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି, ହତାଶ ହୋଇ ପଡ଼ିଛନ୍ତି ଚକ୍ରଧର

ଦଇବ ସାଜିଲା ଦାଉ । ଦିନ ଦ୍ୱିପ୍ରହରେ ହଠାତ ଲାଗିଲା ନିଆଁ । ଚାହୁଁ ଚାହୁଁ ନିଆଁ ଘର ସାରା ବ୍ୟାପିଗଲା । ଘର ପାଖ ପଡ଼ୋଶୀ ଯିଏ ଯୁଆଡ଼େ ଥିଲେ ଧାଇଁ ଆସିଲେ । କିନ୍ତୁ ସର୍ବଗିଳା ନିଆଁକୁ କିଏ ବା ଆୟତ୍ତ କରି ପାରିବ ।

ବାଲେଶ୍ବର (କେନ୍ୟୁଜ୍‌): ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ମାଟି ଘର ଟିଏ କରିଥିଲେ । କିନ୍ତୁ ଦଇବ ସାଜିଲା ଦାଉ । ଦିନ ଦ୍ୱିପ୍ରହରେ ହଠାତ ଲାଗିଲା ନିଆଁ । ଚାହୁଁ ଚାହୁଁ ନିଆଁ ଘର ସାରା ବ୍ୟାପିଗଲା । ଘର ପାଖ ପଡ଼ୋଶୀ ଯିଏ ଯୁଆଡ଼େ ଥିଲେ ଧାଇଁ ଆସିଲେ । କିନ୍ତୁ ସର୍ବଗିଳା ନିଆଁକୁ କିଏ ବା ଆୟତ୍ତ କରି ପାରିବ । ସମସ୍ତେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁର ପ୍ରକୋପ ଏତେ ବଢ଼ି ଯାଇଥିଲା ନିଆଁ ଟିକେ ବି ଲିଭିଲାନି । ଆଉ ଜଳି ପୋଡ଼ି ପାଉଁଶ ହୋଇଗଲା ସମ୍ପୂର୍ଣ୍ଣ ଘର ।

ଏଭଳି ଭୟାବହ ଅଗ୍ନିକାଣ୍ଡ ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧିନ ମହତୀପୁର ଗାଁରେ ଘଟିଯାଇଛି । ଚକ୍ରଧର ସାମଲଙ୍କ ୨ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଯାଇଥିବା ବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ସମତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଆଜି ଦିପହରେ ହଠାତ ଚକ୍ରଧରଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ଘର ଜଳୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀମାନେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅଡ଼ା ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳକୁ ଡକା ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ ।

ଚକ୍ରଧର ଜଣେ ଦିନମଜୁରିଆ । ବହୁ କଷ୍ଟରେ ରୋଜଗାର କରି ଘର ଚଳାନ୍ତି । ଏପରି ସ୍ଥିତିରେ ଘରଟି ଜଳିଯିବା ପରେ ସେ ହତାଶ ହୋଇ ପଡ଼ିଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଘର ଜଳିବା ଦୃଶ୍ୟ ଦେଖିବା ପରେ ଭାଙ୍ଗି ପଡ଼ିଛନ୍ତି । ପାଖ ପଡ଼ୋଶୀ ଉକ୍ତ ପରିବାରକୁ ସାହାଯ୍ୟ କରିଥିଲେ ମଧ୍ୟ ସରକାରଙ୍କ ତରଫରୁ ତାଙ୍କୁ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଖବର ପାଇ ଖଇରା ତହସିଲଦାର ଏବଂ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

ଘର ଥିବା ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଯଦି ଏ ପରିବାରକୁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନଙ୍କ ଦୁଃଖ ଦୂର ହୋଇପାରନ୍ତା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.