କ୍ରୀଡା

ସଫଳ ହେଲା କେଏଲ ରାହୁଲଙ୍କ ଜଙ୍ଘ ସର୍ଜରୀ, ଇନଷ୍ଟାରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଲେ ବ୍ୟାଟର

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ କେଏଲ ରାହୁଲଙ୍କ ଜଙ୍ଘ ସର୍ଜରୀ ସଫଳ ହୋଇଛି। ଫ୍ୟାନ୍ସଙ୍କ ସହିତ ସୋସିଆଲ ମିଡିଆରେ ଖୁସି ଖବର ସେୟାର କରିଛନ୍ତି କେଏଲ୍‌ ରାହୁଲ । କେଏଲ ରାହୁଲ ଆହତ ଜନିତ କାରଣରୁ ଆଇପିଏଲ୍‌ ୨୦୨୩ ଏବଂ WTC ଫାଇନାଲରୁ ବାଦ୍‌ ପଡିଥିଲେ ।

ତେବେ ନିଜ ସର୍ଜରୀ ସଫଳ ହୋଇଥିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ସମସ୍ତଙ୍କୁ ମୋର ନମସ୍କାର । ମୁଁ ସଙ୍ଗେ ସଙ୍ଗେ ମୋର ସର୍ଜରୀ କରିଛି। ଏହା ସଫଳ ହାଇଛି । ଡାକ୍ତର ଏବଂ ଚିକିତ୍ସା କର୍ମଚାରୀଙ୍କୁ ବହୁତ ବହୁତ ଧନ୍ୟବାଦ । ତେବେ ଖୁବଶୀଘ୍ର ମୁଁ ସୁସ୍ଥ ହୋଇଯିବି ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଇଦାନକୁ ଫେରିବି ।

ଗତକିଛି ବର୍ଷ ହେଲାଣି କେଏଲ ରାହୁଲ ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ଆଇପିଏଲ ୨୦୨୩ରେ ମଧ୍ୟଭଲ ପ୍ରଦର୍ଶନ କରିନାହାନ୍ତି । ସେହିଭଳି ବର୍ଡର ଗାଭାସ୍କର ଟ୍ରଫିରେ ଅସଫଳତା ପରେ ଟେଷ୍ଟ ଟିମରୁ ବାଦ୍‌ ଦିଆଯାଇଥିଲା । ଶ୍ରେୟସ ଆୟର ଏବଂ ରିଷଭ ପନ୍ତ ଆହତ ହେବା ଯୋଗୁଁ ତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ମିଳିଥିଲା । କିନ୍ତୁ ଆହତ ଜନିତ ସମସ୍ୟା ଯୋଗୁଁ ଏବେ ରାହୁଲ ମଧ୍ୟ WTC ଫାଇନାଲରେ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସ୍ଥାନ ମିଳିଛି ।

WTC ଫାଇନାଲ ଲଣ୍ଡନର ଓଭାଲରେ ୭ ଜୁନରୁ ଆରମ୍ଭ ହେବ । ତେବେ ରାହୁଲWTC ଫାଇନାଲରୁ ବାଦ୍‌ ପଡିବା ନିଜେ ସୋସିଆଲ ମିଡିଆରେ ସେୟାର କରି ଜଣାଇଥିଲେ ।

ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ।  ଲକ୍ଷ୍ନୌ ସୁପରଜିଆଣ୍ଡସ ଅଧିନାୟକ କେଏଲ ରାହୁଲ ବାଙ୍ଗାଲୋର ବିପକ୍ଷରେ ଖେଳୁଥିବା ସମୟରେ ଜଙ୍ଘରେ ଆଘାତ ଲାଗିଥିଲା ।  ରାହୁଲଙ୍କୁ ମାର୍କସ ଷ୍ଟୋଇନିସଙ୍କ ବଲରେ ଫାପ୍‌ ଡୁ ପ୍ଲେସିସି କଭର ଡ୍ରାଇଭକୁ ବାଉଣ୍ଡ୍ରୀରେ ରୋକିବା ସମୟରେ ଆଘାତ ଲାଗିଥିଲା । ଖବର ମୁତାବକ, କେଏଲ ରା

Swagatika

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

4 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

6 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

37 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

48 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

53 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago