ସଫଳ ହେଲା କେଏଲ ରାହୁଲଙ୍କ ଜଙ୍ଘ ସର୍ଜରୀ, ଇନଷ୍ଟାରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଲେ ବ୍ୟାଟର
ଲକ୍ଷ୍ନୌ ସୁପରଜିଆଣ୍ଟସ ଅଧିନାୟକ କେଏଲ ରାହୁଲଙ୍କ ଜଙ୍ଘ ସର୍ଜରୀ ସଫଳ । ଇନଷ୍ଟାରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ।
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କ ଜଙ୍ଘ ସର୍ଜରୀ ସଫଳ ହୋଇଛି। ଫ୍ୟାନ୍ସଙ୍କ ସହିତ ସୋସିଆଲ ମିଡିଆରେ ଖୁସି ଖବର ସେୟାର କରିଛନ୍ତି କେଏଲ୍ ରାହୁଲ । କେଏଲ ରାହୁଲ ଆହତ ଜନିତ କାରଣରୁ ଆଇପିଏଲ୍ ୨୦୨୩ ଏବଂ WTC ଫାଇନାଲରୁ ବାଦ୍ ପଡିଥିଲେ ।
ତେବେ ନିଜ ସର୍ଜରୀ ସଫଳ ହୋଇଥିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ସମସ୍ତଙ୍କୁ ମୋର ନମସ୍କାର । ମୁଁ ସଙ୍ଗେ ସଙ୍ଗେ ମୋର ସର୍ଜରୀ କରିଛି। ଏହା ସଫଳ ହାଇଛି । ଡାକ୍ତର ଏବଂ ଚିକିତ୍ସା କର୍ମଚାରୀଙ୍କୁ ବହୁତ ବହୁତ ଧନ୍ୟବାଦ । ତେବେ ଖୁବଶୀଘ୍ର ମୁଁ ସୁସ୍ଥ ହୋଇଯିବି ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମଇଦାନକୁ ଫେରିବି ।
View this post on Instagram
ଗତକିଛି ବର୍ଷ ହେଲାଣି କେଏଲ ରାହୁଲ ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ଆଇପିଏଲ ୨୦୨୩ରେ ମଧ୍ୟଭଲ ପ୍ରଦର୍ଶନ କରିନାହାନ୍ତି । ସେହିଭଳି ବର୍ଡର ଗାଭାସ୍କର ଟ୍ରଫିରେ ଅସଫଳତା ପରେ ଟେଷ୍ଟ ଟିମରୁ ବାଦ୍ ଦିଆଯାଇଥିଲା । ଶ୍ରେୟସ ଆୟର ଏବଂ ରିଷଭ ପନ୍ତ ଆହତ ହେବା ଯୋଗୁଁ ତାଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ମିଳିଥିଲା । କିନ୍ତୁ ଆହତ ଜନିତ ସମସ୍ୟା ଯୋଗୁଁ ଏବେ ରାହୁଲ ମଧ୍ୟ WTC ଫାଇନାଲରେ ଟିମରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସ୍ଥାନ ମିଳିଛି ।
WTC ଫାଇନାଲ ଲଣ୍ଡନର ଓଭାଲରେ ୭ ଜୁନରୁ ଆରମ୍ଭ ହେବ । ତେବେ ରାହୁଲWTC ଫାଇନାଲରୁ ବାଦ୍ ପଡିବା ନିଜେ ସୋସିଆଲ ମିଡିଆରେ ସେୟାର କରି ଜଣାଇଥିଲେ ।
ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ । ଲକ୍ଷ୍ନୌ ସୁପରଜିଆଣ୍ଡସ ଅଧିନାୟକ କେଏଲ ରାହୁଲ ବାଙ୍ଗାଲୋର ବିପକ୍ଷରେ ଖେଳୁଥିବା ସମୟରେ ଜଙ୍ଘରେ ଆଘାତ ଲାଗିଥିଲା । ରାହୁଲଙ୍କୁ ମାର୍କସ ଷ୍ଟୋଇନିସଙ୍କ ବଲରେ ଫାପ୍ ଡୁ ପ୍ଲେସିସି କଭର ଡ୍ରାଇଭକୁ ବାଉଣ୍ଡ୍ରୀରେ ରୋକିବା ସମୟରେ ଆଘାତ ଲାଗିଥିଲା । ଖବର ମୁତାବକ, କେଏଲ ରା