କ୍ରୀଡା

ଓଡିଆ ଝିଅ ମଧୁସ୍ମିତା ପାତ୍ରଙ୍କ କମାଲ୍, ଆରୋହଣ କଲେ ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ

ବ୍ରହ୍ମପୁର(କେନ୍ୟୁଜ୍): ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବ୍ରହ୍ମପୁର ଗୋଷାଣୀନୂଆଗାଁର ମଧୁସ୍ମିତା ପାତ୍ର। ଯିଏକି ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ କରିବା ପରେ ଏବେ ଓଡିଶା ଫେରିଛନ୍ତି। ମଧୁସ୍ମିତା ଜଣେ ସଫ୍ଟେଓ୍ଵର ଇଞ୍ଜିନିୟର ଭାବେ କାର୍ଯ୍ଯରତ । ପିଲା ବେଳୁହିଁ ପାଠପଢ଼ିବା ସହିତ କିଛି ନୂଆ କରିବା ନେଇା ଲକ୍ଷ୍ୟ ରଖିଥିଲେ । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ୨୦୨୨ରେ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ, ଦାର୍ଜିଲିଂରୁ ବେସିକ୍‌ ମାଉଣ୍ଟେରିଂ କୋର୍ସ ଅଧ୍ଯୟନ କରିଛନ୍ତି ମଧୁସ୍ମିତା।

ତେବେ ଚଳିତ ମାସ ୯ ତାରିଖରେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ସେ ଆରୋହଣ କରିଛନ୍ତି। ଯାହାକୁ ନେଇ ସେ ବହୁତ ଖୁସି। ସଫଳତାର ସହ ସେ ଏହି ଶୃଙ୍ଗ ଆରୋହଣ କରିବା ପରେ ଓଡିଶା ଫେରିଛନ୍ତି। ତାଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ଭବ୍ଯ ସ୍ବାଗତ କରାଯାଇଥିଲା। ପରିବାର ଲୋକଙ୍କ ସହ ତାଙ୍କ ଶୁଭାକାଂକ୍ଷି ମାନେ ଉପସ୍ଥିତ ରହିଥିଲେ। ସୂଚନା ଥାଉକି, ପୂର୍ବରୁ ମଧୁସ୍ମିତା ୫ ହଜାର ୨୯ ମିଟରର ମାଉଣ୍ଟ ରେନକ, ୧୧ ହଜାର ୪୦୦ ଫୁଟର ଚାଦର ଟ୍ରିକ, ୧୨ ହଜାର ୫୦୦ ଫୁଟର କେଦାର କଣ୍ଠ ପର୍ବତାରୋହଣ କରିଛନ୍ତି । ଆଉ ଏବେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ ଶେଷ କରିଛନ୍ତି । ଯାହାର ଉଚ୍ଚତା ରହିଛି ୫ ହଜାର ୮୯୫ ମିଟର ।

ଏପଟେ ବ୍ରହ୍ମପୁର ସହରରୁ ଏଭଳି ଜଣେ ଯୁବତୀ ପର୍ବତ ଆରୋହଣ କରିବା ସହରବାସୀଙ୍କ ପାଇଁ ଗର୍ବ ହୋଇଥିବା ବେଳେ ମଧୁସ୍ମିତାଙ୍କ ସଫଳତା ପାଇଁ ଟୁଇଟ୍‌ ମାଧ୍ୟମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 

Sonalisa

Recent Posts

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

53 seconds ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

13 mins ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

19 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

2 hours ago