ଓଡିଆ ଝିଅ ମଧୁସ୍ମିତା ପାତ୍ରଙ୍କ କମାଲ୍, ଆରୋହଣ କଲେ ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ

ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବ୍ରହ୍ମପୁର ଗୋଷାଣୀନୂଆଗାଁର ମଧୁସ୍ମିତା ପାତ୍ର। ଯିଏକି ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ କରିବା ପରେ ଏବେ ଓଡିଶା ଫେରିଛନ୍ତି।

ବ୍ରହ୍ମପୁର(କେନ୍ୟୁଜ୍): ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବ୍ରହ୍ମପୁର ଗୋଷାଣୀନୂଆଗାଁର ମଧୁସ୍ମିତା ପାତ୍ର। ଯିଏକି ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ କରିବା ପରେ ଏବେ ଓଡିଶା ଫେରିଛନ୍ତି। ମଧୁସ୍ମିତା ଜଣେ ସଫ୍ଟେଓ୍ଵର ଇଞ୍ଜିନିୟର ଭାବେ କାର୍ଯ୍ଯରତ । ପିଲା ବେଳୁହିଁ ପାଠପଢ଼ିବା ସହିତ କିଛି ନୂଆ କରିବା ନେଇା ଲକ୍ଷ୍ୟ ରଖିଥିଲେ । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ୨୦୨୨ରେ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ, ଦାର୍ଜିଲିଂରୁ ବେସିକ୍‌ ମାଉଣ୍ଟେରିଂ କୋର୍ସ ଅଧ୍ଯୟନ କରିଛନ୍ତି ମଧୁସ୍ମିତା।

ତେବେ ଚଳିତ ମାସ ୯ ତାରିଖରେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ସେ ଆରୋହଣ କରିଛନ୍ତି। ଯାହାକୁ ନେଇ ସେ ବହୁତ ଖୁସି। ସଫଳତାର ସହ ସେ ଏହି ଶୃଙ୍ଗ ଆରୋହଣ କରିବା ପରେ ଓଡିଶା ଫେରିଛନ୍ତି। ତାଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ଭବ୍ଯ ସ୍ବାଗତ କରାଯାଇଥିଲା। ପରିବାର ଲୋକଙ୍କ ସହ ତାଙ୍କ ଶୁଭାକାଂକ୍ଷି ମାନେ ଉପସ୍ଥିତ ରହିଥିଲେ। ସୂଚନା ଥାଉକି, ପୂର୍ବରୁ ମଧୁସ୍ମିତା ୫ ହଜାର ୨୯ ମିଟରର ମାଉଣ୍ଟ ରେନକ, ୧୧ ହଜାର ୪୦୦ ଫୁଟର ଚାଦର ଟ୍ରିକ, ୧୨ ହଜାର ୫୦୦ ଫୁଟର କେଦାର କଣ୍ଠ ପର୍ବତାରୋହଣ କରିଛନ୍ତି । ଆଉ ଏବେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ ଶେଷ କରିଛନ୍ତି । ଯାହାର ଉଚ୍ଚତା ରହିଛି ୫ ହଜାର ୮୯୫ ମିଟର ।

ଏପଟେ ବ୍ରହ୍ମପୁର ସହରରୁ ଏଭଳି ଜଣେ ଯୁବତୀ ପର୍ବତ ଆରୋହଣ କରିବା ସହରବାସୀଙ୍କ ପାଇଁ ଗର୍ବ ହୋଇଥିବା ବେଳେ ମଧୁସ୍ମିତାଙ୍କ ସଫଳତା ପାଇଁ ଟୁଇଟ୍‌ ମାଧ୍ୟମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।