କ୍ରୀଡା

ଆଇପିଏଲ୍‌ : ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୯୩ ରନ୍‌ ସ୍କୋର କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୧୯୪ ରନ୍‌ର ବିଜୟଲକ୍ଷ୍ୟ ଦେଇଛି । ନିର୍ଦ୍ଧାରିତ ୨୦ ଓଭର୍‌ରେ ମୁମ୍ବାଇ ୪ ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ କରିଛି ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ସାଙ୍ଗରେ ଥିଲେ ଡି କକ୍‌ । ଦୁହେଁ ପ୍ରଥମ ଓ୍ଵିକେଟ୍‌ରେ ୪୯ ରନ୍‌ ଯୋଡ଼ିଥିଲେ । ଡିକକ୍‌ ୧୫ ବଲ୍‌ରୁ ୨୩ ରନ୍‌ (୩ ଚୌକା ଓ ୧ ଛକା) ଏବଂ ରୋହିତ ୨୩ ବଲ୍‌ରେ ୩୫ ରନ୍‌ (୨ ଚୌକା ଓ ୩ ଛକା) କରି ଆଉଟ୍‌ ହୋଇଥିଲେ । ତେବେ ରୋହିତ ଆଉଟ୍‌ ହେବା ପରେ ଅଳ୍ପ ରନ୍‌ ବ୍ୟବଧାନରେ ଇଶାନ୍‌ କିଷାନ ଏବଂ କ୍ରୁନାଲ ପାଣ୍ଡ୍ୟା ଆଉଟ୍‌ ହୋଇଯାଇଥିଲେ । ଅବଶ୍ୟ ସୂର୍ଯ୍ୟ କୁମାର ଯାଦବ ପାଳି ସମ୍ଭାଳି ନେଇଥିଲେ । ତାଙ୍କୁ ପୂରା ସାଥ୍‌ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।

ଏହି ଯୋଡ଼ି ପଞ୍ଚମ ଓ୍ଵିକେଟ୍‌ରେ ୮୬ ରନ୍‌ ସଂଗ୍ରହ କରିଥିଲେ । ସୂର୍ଯ୍ୟ କୁମାର ୪୭ ବଲ୍‌ରେ ୭୯ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ । ସୂର୍ଯ୍ୟ କୁମାର ୧୧ଟି ଚୌକା ଓ ୨ଟି ଛକା ମାରିଥିବା ବେଳେ ପାଣ୍ଡ୍ୟା ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago