ଆଇପିଏଲ୍ : ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୯୩ ରନ୍ ସ୍କୋର କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଆଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୧୯୪ ରନ୍ର ବିଜୟଲକ୍ଷ୍ୟ ଦେଇଛି । ନିର୍ଦ୍ଧାରିତ ୨୦ ଓଭର୍ରେ ମୁମ୍ବାଇ ୪ ଓ୍ଵିକେଟ୍ ହରାଇ ୧୯୩ ରନ୍ କରିଛି ।
ଆଜି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ସାଙ୍ଗରେ ଥିଲେ ଡି କକ୍ । ଦୁହେଁ ପ୍ରଥମ ଓ୍ଵିକେଟ୍ରେ ୪୯ ରନ୍ ଯୋଡ଼ିଥିଲେ । ଡିକକ୍ ୧୫ ବଲ୍ରୁ ୨୩ ରନ୍ (୩ ଚୌକା ଓ ୧ ଛକା) ଏବଂ ରୋହିତ ୨୩ ବଲ୍ରେ ୩୫ ରନ୍ (୨ ଚୌକା ଓ ୩ ଛକା) କରି ଆଉଟ୍ ହୋଇଥିଲେ । ତେବେ ରୋହିତ ଆଉଟ୍ ହେବା ପରେ ଅଳ୍ପ ରନ୍ ବ୍ୟବଧାନରେ ଇଶାନ୍ କିଷାନ ଏବଂ କ୍ରୁନାଲ ପାଣ୍ଡ୍ୟା ଆଉଟ୍ ହୋଇଯାଇଥିଲେ । ଅବଶ୍ୟ ସୂର୍ଯ୍ୟ କୁମାର ଯାଦବ ପାଳି ସମ୍ଭାଳି ନେଇଥିଲେ । ତାଙ୍କୁ ପୂରା ସାଥ୍ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।
ଏହି ଯୋଡ଼ି ପଞ୍ଚମ ଓ୍ଵିକେଟ୍ରେ ୮୬ ରନ୍ ସଂଗ୍ରହ କରିଥିଲେ । ସୂର୍ଯ୍ୟ କୁମାର ୪୭ ବଲ୍ରେ ୭୯ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରେ ୩୦ ରନ୍ କରି ଅପରାଜିତ ରହିଥିଲେ । ସୂର୍ଯ୍ୟ କୁମାର ୧୧ଟି ଚୌକା ଓ ୨ଟି ଛକା ମାରିଥିବା ବେଳେ ପାଣ୍ଡ୍ୟା ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।