କ୍ରୀଡା

‘ମୁଁ କେବେବି ହାର୍‌ ମାନିନି, କ୍ରିକେଟ ମୋ ପ୍ରଥମ ପ୍ରେମ’, କ୍ରିକେଟ ଦୁନିଆକୁ କମବ୍ୟାକ୍‌ କରି ଏହା କହିଲେ ଶ୍ରୀସନ୍ଥ

ଲଗାତାର ୧୨ ଦିନର ପଚରାଉଚୁରା। ଜେଲରେ ବିତାଇଲେ ୧୭ ଦିନ। ସ୍ପଟ୍‌ ଫିକ୍ସିଙ୍ଗ୍‌ ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧ। ଏବଂ ଏହାପରେ ଏହି ଟ୍ୟାଗ୍‌ ସହିତ ବଞ୍ଚି ରହିବା। କିନ୍ତୁ ଏସ. ଶ୍ରୀସନ୍ତ କେବେବି ହାର ମାନିନାହାନ୍ତି। ଏହି ସମୟରେ ସେ ରାଜନୀତି, ଫିଲ୍ମ ଏବଂ ରିୟଲିଟୀ ଶୋ ଆଦିରେ ନିଜର ପ୍ରତିଭା ଦେଖାଇଛନ୍ତି। କିନ୍ତୁ କୋଚ୍ଚିର ଏହି ଦୃତ ବୋଲର ନିଜର ପ୍ରଥମ ପ୍ରେମ ଅର୍ଥାତ କ୍ରିକେଟକୁ କେବେବି ଭୁଲିନାହାନ୍ତି।

ଶ୍ରୀସନ୍ଥଙ୍କ ଉପରେ ପ୍ରଥମ ଆଜୀବନ ପ୍ରତିବନ୍ଧ ଲଗାଯାଇଥିଲା ଯାହାକୁ ପରେ ୭ ବର୍ଷ କରିଦିଆଗଲା। ତାଙ୍କ ଉପରେ ଲଗାଯାଇଥିବା ଏହି ସାତ ବର୍ଷର ବ୍ୟାନ ୧୩ ସେପ୍ଟେମ୍ବରରେ ଶେଷ ହେବ। ତେବେ ଗତ ଦୁଇ ମାସ ଧରି ସେ ନିଜର କ୍ରିକେଟିଙ୍ଗ୍‌ ସ୍କିଲରେ ଚମକ ଆଣିବା ପାଇଁ ଇନଡୋର ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି।

ତେବେ ଶ୍ରୀସନ୍ତ ସପ୍ତାହରେ ୬ ଦିନ ୧୪ ଓଭର ବୋଲିଙ୍ଗ୍‌ କରିବା ସହିତ ନୂଆ ବଲ, ସାମାନ୍ୟ ପୁରୁଣା ବଲ ଏବଂ ଲାଲ ବଲରେ ପ୍ରାକ୍ଟିସ କରୁଛନ୍ତି। ନିଜକୁ ସବୁ ଫର୍ମାଟରେ ପାଇଁ ପ୍ରସ୍ତୁତ ରଖିବାକୁ ଚାହୁଁଛନ୍ତି ଶ୍ରୀସନ୍ଥ। ତେବେ ଯେତେବେଳେ ବି କ୍ରିକେଟ ଆରମ୍ଭ ହେବ ସେତେବେଳ ଜଣାନାହିଁ ଯେ କେଉଁ ରୂପରେ ଖେଳାଯିବ ଏଥିପାଇଁ ସବୁ ଫର୍ମାଟରେ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶ୍ରୀସନ୍ଥ।

Pritiparna

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

13 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

16 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

29 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago