‘ମୁଁ କେବେବି ହାର୍‌ ମାନିନି, କ୍ରିକେଟ ମୋ ପ୍ରଥମ ପ୍ରେମ’, କ୍ରିକେଟ ଦୁନିଆକୁ କମବ୍ୟାକ୍‌ କରି ଏହା କହିଲେ ଶ୍ରୀସନ୍ଥ

ଲଗାତାର ୧୨ ଦିନର ପଚରାଉଚୁରା। ଜେଲରେ ବିତାଇଲେ ୧୭ ଦିନ। ସ୍ପଟ୍‌ ଫିକ୍ସିଙ୍ଗ୍‌ ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧ। ଏବଂ ଏହାପରେ ଏହି ଟ୍ୟାଗ୍‌ ସହିତ ବଞ୍ଚି ରହିବା। କିନ୍ତୁ ଏସ. ଶ୍ରୀସନ୍ତ କେବେବି ହାର ମାନିନାହାନ୍ତି। ଏହି ସମୟରେ ସେ ରାଜନୀତି, ଫିଲ୍ମ ଏବଂ ରିୟଲିଟୀ ଶୋ ଆଦିରେ ନିଜର ପ୍ରତିଭା ଦେଖାଇଛନ୍ତି। କିନ୍ତୁ କୋଚ୍ଚିର ଏହି ଦୃତ ବୋଲର ନିଜର ପ୍ରଥମ ପ୍ରେମ ଅର୍ଥାତ କ୍ରିକେଟକୁ କେବେବି ଭୁଲିନାହାନ୍ତି।

sresantaଶ୍ରୀସନ୍ଥଙ୍କ ଉପରେ ପ୍ରଥମ ଆଜୀବନ ପ୍ରତିବନ୍ଧ ଲଗାଯାଇଥିଲା ଯାହାକୁ ପରେ ୭ ବର୍ଷ କରିଦିଆଗଲା। ତାଙ୍କ ଉପରେ ଲଗାଯାଇଥିବା ଏହି ସାତ ବର୍ଷର ବ୍ୟାନ ୧୩ ସେପ୍ଟେମ୍ବରରେ ଶେଷ ହେବ। ତେବେ ଗତ ଦୁଇ ମାସ ଧରି ସେ ନିଜର କ୍ରିକେଟିଙ୍ଗ୍‌ ସ୍କିଲରେ ଚମକ ଆଣିବା ପାଇଁ ଇନଡୋର ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି।

srisanttaତେବେ ଶ୍ରୀସନ୍ତ ସପ୍ତାହରେ ୬ ଦିନ ୧୪ ଓଭର ବୋଲିଙ୍ଗ୍‌ କରିବା ସହିତ ନୂଆ ବଲ, ସାମାନ୍ୟ ପୁରୁଣା ବଲ ଏବଂ ଲାଲ ବଲରେ ପ୍ରାକ୍ଟିସ କରୁଛନ୍ତି। ନିଜକୁ ସବୁ ଫର୍ମାଟରେ ପାଇଁ ପ୍ରସ୍ତୁତ ରଖିବାକୁ ଚାହୁଁଛନ୍ତି ଶ୍ରୀସନ୍ଥ। ତେବେ ଯେତେବେଳେ ବି କ୍ରିକେଟ ଆରମ୍ଭ ହେବ ସେତେବେଳ ଜଣାନାହିଁ ଯେ କେଉଁ ରୂପରେ ଖେଳାଯିବ ଏଥିପାଇଁ ସବୁ ଫର୍ମାଟରେ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶ୍ରୀସନ୍ଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.