କ୍ରୀଡା

ଜୁନ ୨୮ରୁ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ ଟିମ୍‌, କ୍ୱାରେଣ୍ଟାଇନରେ ରହିବ ୧୪ ଦିନ

କରୋନା ପରେ ଏବେ ଧୀରେ ଧୀରେ ସବୁକିଛି ଚଳଚଞ୍ଚଳ ହେବାକୁ ଲାଗିଛି। କ୍ରିକେଟ ଖେଳ ଏବେ ଆରମ୍ଭ ହେବାକୁ ଲାଗିଛି। ପାଖାପାଖି ୪ ମାସ ବନ୍ଦ ହେବା ପରେ ଚଳିତମାସରେ ଇଂଲଣ୍ଡ ଏବଂ େଓ୍ଵଷ୍ଟଣ୍ଡିଜ ମଧ୍ୟରେ ସିରିଜ ହେବାର ରହିଛି। ଏହା ପରେ ଇଂଲଣ୍ଡରେ ପାକିସ୍ତାନ ଦଳ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ପାକିସ୍ତାନ କ୍ରିକେଟ ଟିମ୍‌ ଜୁନ ୨୮ରୁ ଇଂଲଣ୍ଡ ଗସ୍ତ କରିବ ବୋଲି ପିବିସି ଘୋଷଣା କରିଛି। କିନ୍ତୁ ସେଠାରେ ପହଞ୍ଚିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ରହିବେ କ୍ରିକେଟ ଖେଳାଳି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକିସ୍ତାନର ଏହି ଦଳରେ ୨୯ ଜଣ ସଦସ୍ୟ ରହିଛନ୍ତି। ପାକିସ୍ତାନ ଟିମ୍‌ ଇଂଲଣ୍ଡ ବିରୁଦ୍ଧରେ ୩ଟି ଟି-୨୦ ଏବଂ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଜୁଲାଇ ଶେଷ ଆଡକୁ ଏହି ସିରିଜ ଆରମ୍ଭ ହେବ। ଜୁଲାଇ ଶେଷରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଏବେ ଠାରୁ ଦଳ ଇଂଲଣ୍ଡ ଗସ୍ତ କରିବ। ସେମାନେ ସେଠାକୁ ଯାଇ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ।

ସୂଚନାଯୋଗ୍ୟ େଓ୍ଵଷ୍ଟଣ୍ଡିଜ ଦଳ ଏବେ ଇଂଲଣ୍ଡ ଗସ୍ତରେ ରହି କ୍ୱାରେଣ୍ଟାଇନରେ ରହିଛନ୍ତି। ଏଠାରେ େଓ୍ଵଷ୍ଟଣ୍ଡିଜ ୩ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ଟେଷ୍ଟ ମ୍ୟାଚ ଆସନ୍ତା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୨୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago