କ୍ରୀଡା

ଭିଭୋ ହଟିବା ପରେ IPL 2020 ସ୍ପନସରସିପ୍‌ ଦୌଡରେ ପତଞ୍ଜଳୀ, ଇଚ୍ଛା କରୁଛନ୍ତି ବାବା ରାମଦେବ

ଇଣ୍ଡିଆନ ପ୍ରିମିଅର ଲିଗ (IPL) ଟାଇଟଲ ସ୍ପୋନସରସିପରୁ ଭିଭୋ ହଟିଯିବା ପରେ ଏବେ ସ୍ପନସରସିପ୍‌ ପାଇଁ ସ୍ୱଦେଶୀ କମ୍ପାନୀ ଲମ୍ବା ଲାଇନ ଲଗାଇଛନ୍ତି। ଭିଭୋ ହଟିଯିବା ପରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆଇପିଏଲ ଟାଇଟଲ ସ୍ପନସରସିପ୍‌ ପାଇଁ ଅଣ୍ଟା ଭିଡିଛି।

ପତଞ୍ଜଳୀର ପ୍ରବକ୍ତା ତିଜାରାବାଲା କହିଛନ୍ତି, ଚଳିତବର୍ଷ ଆମେ ଆଇପିଏଲ୍‌ ସ୍ପୋନସରସିପ୍‌ ପାଇଁ ଚିନ୍ତା କରୁଛୁ। ପତଞ୍ଜଳୀ ବ୍ରାଣ୍ଡକୁ ଏବେ ସମଗ୍ର ବିଶ୍ୱରେ ବେଶ୍‌ ପରିଚିତ କରିବା ପାଇଁ ଆଇପିଏଲ୍‌ ସବୁଠାରୁ ଭଲ ସୁଯୋଗ। ଏଥିପାଇଁ ଆମେ ବିସିସିଆଇ ପାଖକରୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତ କରୁଛୁ।

ଚଳିତବର୍ଷ ଆଇପିଏଲ୍‌ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ମ୍ୟାଚ ଦେଖିବାକୁ ଷ୍ଟାଡିଅମରେ ଦର୍ଶକ ନଥିବେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ମିଡିଆରେ ଅସଂଖ୍ୟ ବିଜ୍ଞାପନ ମିଳିବ। ଏପର୍ଯ୍ୟନ୍ତ କୌଣସି ଟେଣ୍ଡର ଜାରି କରାଯାଇନାହିଁ। ଭିଭୋ ହଟିବା ପରେ ଆଇପିଏଲ୍‌ର ପ୍ରୟୋଜକ ହେବା ପାଇଁ ବାୟୁଜୁ, ଆମାଜନ, ରିଲାଏନ୍ସ ଜିଓ, ଫାଣ୍ଟାସି ସ୍ପୋର୍ଟସ ଭଳି କମ୍ପାନୀ ଦୌଡରେ ସାମିଲ ହୋଇଛି।

Swagatika

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

54 mins ago