କ୍ରୀଡା

ଭାଲେଣ୍ଟାଇନ୍ସ ଡେ’ରେ ‘ସ୍ତ୍ରୀ’କୁ କିସ୍‌ କଲେ ପୃଥ୍ଵୀ ଶ’! ଏବେ ବୟାନ ଜାରି କରି କହିଲେ ଏମିତି କଥା

ଟିମ୍ ଇଣ୍ଡିଆ କ୍ରିକେଟର ପୃଥ୍ଵୀ ଶ’ ମଙ୍ଗଳବାର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବୟାନ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ କ୍ରମାଗତ ଭାବରେ ଭାଇରାଲ ହେଉଥିଲା, ଯେଉଁଥିରେ ପୃଥ୍ଵୀ ଶ’ ଜଣେ ଯୁବତୀଙ୍କ ସହିତ ଦେଖାଯାଇଥିଲେ ଏବଂ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ୍ ଓ୍ଵିସ୍‌ କରୁଥିଲେ। ଶ’ ନିଜ ବୟାନରେ ଏହି ଫଟୋକୁ ଫେକ୍‌ ବୋଲି କହିଛନ୍ତି।

ଟିମ୍‌ ଇଣ୍ଡିଆରୁ କିଛି ଦିନ ପାଇଁ ଦୂରେଇଥିବା ପୃଥ୍ଵୀ ଶ’ ଭାଲେଣ୍ଟାଇନ୍ସ ଦିବସ ଅବସରରେ ଖୁବ୍‌ ଟ୍ରୋଲର ଶିକାର ହୋଇଥିଲେ। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନିଧି ରବି ତପଡିଆଙ୍କ ସହ ନଜର ଆସିଥିଲେ। ଉଭୟଙ୍କୁ କିସ୍‌ କରୁଥିବାର ଦେଖାଯାଇଥିଲା। ଏଥି ସହିତ ପୃଥ୍ଵୀ କ୍ୟାପସନ ଦେଇଥିଲେ ଯେ ‘ହ୍ୟାପି ଭାଲେଣ୍ଟାଇନ୍ସ ମାଇଁ ଓ୍ଵାଇଫି’।

ଏହି ଫଟୋ ସୋସିଆଲ ମିଡିଆରେ ଚାହୁଁ ଚାହୁଁ ଭାଇରାଲ ହୋଇଥିଲା, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହାରି ଭିତରେ ପୃଥ୍ଵୀଙ୍କୁ ଇନଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଶ’ ଲେଖିଛନ୍ତି ଯେ କେହି ଜଣେ ମୋ ଫଟୋ ଏଡିଟ୍ କରୁଛି ଏବଂ ଏପରି ଜିନିଷ ଦେଖାଉଛି, ଯାହାକୁ ମୁଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିନାହିଁ। ଏଥିପାଇଁ ସେ କିଛି କଥାକୁ ସତ ନ ଭାବିବାକୁ ଅପିଲ୍‌ କରିଛନ୍ତି।

photo: aajtak

ଇନ୍‌ଷ୍ଟାଗ୍ରାମରେ ପୃଥ୍ଵୀଙ୍କ ସହ ଯାହାଙ୍କ ଫଟୋକୁ ଦେଖାଯାଇଛି, ସେ ହେଉଛନ୍ତି ଅଭିନେତ୍ରୀ ନିଧି ତପଡିଆ। କିଛି ଦିନ ପୂର୍ବେ ପୃଥ୍ଵୀ ତାଙ୍କ ସହ ଏକ ଫଟୋ ସେୟାର କରିଥିଲେ, ଯାହା ପରଠାରୁ ଉଭୟଙ୍କ ମଧ୍ୟରେ ଆଫେୟାର ଚାଲିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଯଦିଓ ଏହା ଉପରେ କୌଣସି ଖବର ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ହୋଇନାହିଁ। ସେପଟେ ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ପୃଥ୍ଵୀ ଶ’ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ମାତ୍ରେ ଫଟୋ ହଟାଇ ଦେଇଛନ୍ତି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

6 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago