କ୍ରୀଡା

ଆଇପିଏଲ୍‌ : ଶେଷ ବଲରେ ଧୋନିଙ୍କୁ ହରାଇ ଦେଲେ ଧବନ୍‌, ପଞ୍ଜାବ ଠାରୁ ଚେନ୍ନାଇ ୪ ଓ୍ଵିକେଟରେ ପରାସ୍ତ

ଚେନ୍ନାଇ : ପୁଣି ହାରିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସା ଆଜି ଆଇପିଏଲ୍‌୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଠାରୁ ପରାସ୍ତ । ମ୍ୟାଚର ଅନ୍ତିମ ବଲ୍‌ରେ ଜିତିବା ପାଇଁ ୩ ରନ୍‌ ଦରକାର ହେଉଥିଲା । ଆଉ ସିକନ୍ଦର ରାଜା ଜୋରଦାର ସଟ୍‌ ଖେଳି ନିଜ ପାର୍ଟନର ଶାହାରୁଖ ଖାନ୍‌ଙ୍କ ସହ ମିଶି ୩ ରନ୍‌ ସଂଗ୍ରହ କରି ନେଇଥିଲେ । ଫଳରେ ପଞ୍ଜାବ କିଙ୍ଗସ ଏକାଦଶ ୪ ଓ୍ଵିକେଟ୍‌ରେ ଏହି ମ୍ୟାଚ୍‌ ଜିତି ନେଇଛି । ଏହି ବିଜୟ ଫଳରେ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ଏବଂ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଆଜି ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା । କନେଓ୍ଵଙ୍କ ୫୨ ବଲ୍‌୍‌ରେ ଅପରାଜିତ ୯୨ ରନ୍‌ ବଳରେ କରିଥିଲା ୪ ଓ୍ଵିକେଟ୍‌୍‌ରେ ୨୦୦ ରନ୍‌ । ୠତୁରାଜ ଗାଏକଓ୍ଵାର୍ଡ଼ ୩୭, ଶିବମ ଦୁବେ ୨୮, ଜାଡେଜା ୧୨ ଏବଂ ଷଧାନି ଅପରାଜିତ ୧୩ ରନ୍‌ କରିଥିଲେ ।
ଅବଶ୍ୟ ୨୦୦ ରନ୍‌ କରି ଚେନ୍ନାଇ ଭାବି ନେଇଥିଲା ଆଜି ବିଜୟ ସୁନିଶ୍ଚିତ । ହେଲେ ପଞ୍ଜାବ ପକ୍ଷରୁ ଅଧିନାୟକ ଶିଖର ଧବନ ୨୮, ପ୍ରଭସିମ୍ରନ୍‌ ସିଂହ ୪୨, ଲିଆମ ଲିଭିଂଷ୍ଟୋନ୍‌ ୪୦, ସାମ୍‌ କୁରାନ୍‌ ୨୯, ଜିତେଶ ଶର୍ମା ୨୧ ରନ୍‌ କରି ଦଳକୁ ବିଜୟର ନିକଟତର କରିଥିଲେ । ହେଲେ ଶେଷ ଓଭର ଥିଲା ମହତ୍ୱପୂର୍ଣ୍ଣ ଏବଂ ଶେଷ ବଲ୍‌ ଥିଲା ନିର୍ଣ୍ଣାୟକ । ଚେନ୍ନାଇ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ପଟ୍ଟିରାଣା । ସେତେବେଳେ ୯ ରନ୍‌ ଦରକାର ହେଉଥିଲା ପଞ୍ଜାବକୁ । ପ୍ରଥମ ୫ଟି ବଲ୍‌୍‌ରେ ୬ ରନ୍‌ ସଂଗୃହୀତ ହେଲା । ଆଉ ଶେଷ ବଲ୍‌୍‌ରେ ରାଜା ବ୍ୟାକଓ୍ଵାର୍ଡ଼ ସ୍କୋୟାରଲେଗ୍‌କୁ ସଟ୍‌ ଖେଳି ବିଜୟସୂଚକ ୩ ରନ୍‌ ନେଇ ଯାଇଥିଲେ । ଦଳ ୬ ଓ୍ଵିକେଟ୍‌ ହରାଇ କରିଥିଲା ୨୦୧ ରନ୍‌ । ରାଜା ୭ଟି ବଲ୍‌ରେ ଅପରାଜିତ ୧୩ ରନ୍‌ କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago