ଆଇପିଏଲ୍ : ଶେଷ ବଲରେ ଧୋନିଙ୍କୁ ହରାଇ ଦେଲେ ଧବନ୍, ପଞ୍ଜାବ ଠାରୁ ଚେନ୍ନାଇ ୪ ଓ୍ଵିକେଟରେ ପରାସ୍ତ
ଚେନ୍ନାଇ : ପୁଣି ହାରିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସା ଆଜି ଆଇପିଏଲ୍୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଠାରୁ ପରାସ୍ତ । ମ୍ୟାଚର ଅନ୍ତିମ ବଲ୍ରେ ଜିତିବା ପାଇଁ ୩ ରନ୍ ଦରକାର ହେଉଥିଲା । ଆଉ ସିକନ୍ଦର ରାଜା ଜୋରଦାର ସଟ୍ ଖେଳି ନିଜ ପାର୍ଟନର ଶାହାରୁଖ ଖାନ୍ଙ୍କ ସହ ମିଶି ୩ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ପଞ୍ଜାବ କିଙ୍ଗସ ଏକାଦଶ ୪ ଓ୍ଵିକେଟ୍ରେ ଏହି ମ୍ୟାଚ୍ ଜିତି ନେଇଛି । ଏହି ବିଜୟ ଫଳରେ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ଏବଂ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଆଜି ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା । କନେଓ୍ଵଙ୍କ ୫୨ ବଲ୍୍ରେ ଅପରାଜିତ ୯୨ ରନ୍ ବଳରେ କରିଥିଲା ୪ ଓ୍ଵିକେଟ୍୍ରେ ୨୦୦ ରନ୍ । ୠତୁରାଜ ଗାଏକଓ୍ଵାର୍ଡ଼ ୩୭, ଶିବମ ଦୁବେ ୨୮, ଜାଡେଜା ୧୨ ଏବଂ ଷଧାନି ଅପରାଜିତ ୧୩ ରନ୍ କରିଥିଲେ ।
ଅବଶ୍ୟ ୨୦୦ ରନ୍ କରି ଚେନ୍ନାଇ ଭାବି ନେଇଥିଲା ଆଜି ବିଜୟ ସୁନିଶ୍ଚିତ । ହେଲେ ପଞ୍ଜାବ ପକ୍ଷରୁ ଅଧିନାୟକ ଶିଖର ଧବନ ୨୮, ପ୍ରଭସିମ୍ରନ୍ ସିଂହ ୪୨, ଲିଆମ ଲିଭିଂଷ୍ଟୋନ୍ ୪୦, ସାମ୍ କୁରାନ୍ ୨୯, ଜିତେଶ ଶର୍ମା ୨୧ ରନ୍ କରି ଦଳକୁ ବିଜୟର ନିକଟତର କରିଥିଲେ । ହେଲେ ଶେଷ ଓଭର ଥିଲା ମହତ୍ୱପୂର୍ଣ୍ଣ ଏବଂ ଶେଷ ବଲ୍ ଥିଲା ନିର୍ଣ୍ଣାୟକ । ଚେନ୍ନାଇ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ପଟ୍ଟିରାଣା । ସେତେବେଳେ ୯ ରନ୍ ଦରକାର ହେଉଥିଲା ପଞ୍ଜାବକୁ । ପ୍ରଥମ ୫ଟି ବଲ୍୍ରେ ୬ ରନ୍ ସଂଗୃହୀତ ହେଲା । ଆଉ ଶେଷ ବଲ୍୍ରେ ରାଜା ବ୍ୟାକଓ୍ଵାର୍ଡ଼ ସ୍କୋୟାରଲେଗ୍କୁ ସଟ୍ ଖେଳି ବିଜୟସୂଚକ ୩ ରନ୍ ନେଇ ଯାଇଥିଲେ । ଦଳ ୬ ଓ୍ଵିକେଟ୍ ହରାଇ କରିଥିଲା ୨୦୧ ରନ୍ । ରାଜା ୭ଟି ବଲ୍ରେ ଅପରାଜିତ ୧୩ ରନ୍ କରିଥିଲେ ।