କ୍ଲାସ୍ରେ ଶିକ୍ଷକ LCDରେ ଦେଖାଇଲେ ପର୍ଣ୍ଣ, ଭିଡିଓ ଚଲାଇ ଛାତ୍ରୀଙ୍କ ସାମ୍ନାରେ କଲେ ଅଶ୍ଳୀଳ ହରକତ
ପଞ୍ଜାବରେ ଜଣେ ଶିକ୍ଷକ ଶ୍ରେଣୀଗୃହରେ ପର୍ଣ୍ଣ ଭିଡିଓ ଚଲାଇ ଗିରଫ ହୋଇଛନ୍ତି। କେବଳ ସେ ପର୍ଣ୍ଣ ଫିଲ୍ମ ଦେଖାଇ ନାହାନ୍ତି, ବରଂ ଛାତ୍ରୀଙ୍କ ସାମ୍ନାରେ ଅଶ୍ଳୀଳ ହରକତ ମଧ୍ୟ କରିଛନ୍ତି।
ଜଣେ ଶିକ୍ଷକର ପେସା ବହୁତ ମୂଲ୍ୟବାନ ହୋଇଥାଏ, କିନ୍ତୁ ଅନେକ ବାର ଏମିତି କିଛି ଶିକ୍ଷକ ସାମ୍ନାକୁ ଆସନ୍ତି, ଯେଉଁମାନେ ନିଜର ଘୃଣ୍ୟ ହରକତ ଯୋଗୁ ଏହି ପେସାକୁ ମଧ୍ୟ ବଦନାମ୍ କରିଦିଅନ୍ତି। ଏମିତି ହିଁ ଏକ ମାମଲା ପଞ୍ଜାବରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ ପର୍ଣ୍ଣ ଫିଲ୍ମ ଦେଖାଇଛନ୍ତି। ସେ କେବଳ ଭିଡିଓ ଦେଖାଇ ନାହାନ୍ତି, ବରଂ ସେମାନଙ୍କ ସାମ୍ନାରେ ଅଶ୍ଳୀଳ ହରକତ ମଧ୍ୟ କରିଛନ୍ତି। ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ମାମଲାରେ ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି।
ରିପୋର୍ଟ ମୁତାବକ, ଏହି ମାମଲା ପଞ୍ଜାବ ଫଗଓ୍ଵାଡାର ଏକ ବିଦ୍ୟାଳୟର। ଏଠାରେ ୬ଷ୍ଠ ଶ୍ରେଣୀର ଛାତ୍ରୀମାନଙ୍କୁ ଏଲ୍ସିଡି ସ୍କ୍ରିନ୍ରେ ଅଶ୍ଳୀଳ ଭିଡିଓ ଦେଖାଇବା ଏବଂ ଅଶ୍ଳୀଳ ହରକତ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜଣେ ଛାତ୍ରୀଙ୍କ ବାପାଙ୍କ ଅଭିଯାଗକ୍ରମେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଶିକ୍ଷକଙ୍କ ନାମ ରାଜୀବ ଶର୍ମା। ତାଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଶିକ୍ଷକ ଜଣକ ଶ୍ରେଣୀଗୃହରେ ଲାଗିଥିବା ଏଲ୍ସିଡି ସ୍କ୍ରିନରେ ପର୍ଣ୍ଣ ଭିଡିଓ ଚଲାଇ ଦେଇଥିଲେ।
ଯେତେବେଳେ ଶ୍ରେଣୀଗୃହରେ ଛାତ୍ରୀମାନେ ବସିଥିଲେ, ସେହି ସମୟରେ ଭିଡିଓ ଚଲାଯାଇଥିଲା। ଏହାପରେ ଶିକ୍ଷକ ନିଜେ ମଧ୍ୟ ଏଭଳି ଅଶ୍ଳୀଳ ହରକତ କରିବାକୁ ଲାଗିଥିଲେ। ପରେ ଛାତ୍ରୀମାନେ ଘରକୁ ଆସି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଜଣେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।