ଓଡ଼ିଶା ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର

ଓଡ଼ିଶା ଅଗ୍ନିଶମ ଜରୁରିକାଳୀନ ବାହିନୀ, ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର । ପୂର୍ବତନ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଠାରୁ ବିଧିବଦ୍ଧ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଅଗ୍ନିଶମ ଜରୁରିକାଳୀନ ବାହିନୀ, ଗୃହରକ୍ଷୀ ଓ ନାଗରିକ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର । ପୂର୍ବତନ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଠାରୁ ବିଧିବଦ୍ଧ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଅଗ୍ନିଶମ ବାହିନୀ ପାଇଁ ଚାଲେଞ୍ଜ ବୃଦ୍ଧି ହୋଇଥିବା ନୂଆ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଏହି ବିଭାଗ କେବଳ ଅଗ୍ନିକାଣ୍ଡର ମୁକାବିଲା କରୁଥିଲା । କିନ୍ତୁ ଏବେ ଏହା ବିଭିନ୍ନ ପ୍ରକାରର ବିପତ୍ତିର ମୁକାବିଲା କରୁଛି । ସବୁ ପ୍ରକାର ଜରୁରିକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଗତ ୧୦ରୁ ୧୫ ବର୍ଷ ହେବ ଓଡ଼ିଶାର ଆଗ୍ନିକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଜୀବନ ରକ୍ଷା କରିବା ଆମ ବିଭାଗର ମୂଳ କାମ । ଅଗ୍ନିକାଣ୍ଡକୁ ରୋକିବା ସହିତ ବନ୍ୟା ବାତ୍ୟା ମୁକାବିଲା ଅଗ୍ନିଶମ ବାହିନୀ କରୁଛନ୍ତି ।

ଏହାସହିତ ଅନ୍ୟ ରାଜ୍ୟକୁ ଯାଇ ଓଡ଼ିଶାର ଅଗ୍ନିଶମ ଭଲ ନାଁ କମାଇଛନ୍ତି । ଅଗ୍ନିଶମ ବାହିନୀକୁ ଅଧିକ ମଜଭୁତ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଆଗ୍ନିକମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବେ ବୋଲି ନୂଆ ଅଗ୍ନିଶମ ନିର୍ଦ୍ଦେଶକ ବିନୟତୋଷ ମିଶ୍ର କଳିଙ୍ଗ ଟିଭିକୁ କହିଛନ୍ତି । ଏହାସହିତ ସମାଜରେ ଗୋଷ୍ଠୀ ସହିତ ଯୋଡି ହୋଇ ସିଭିଲ ଡିଫେନସକୁ କ୍ରିୟାଶୀଳ କରିବା ସହିତ ହୋମଗାର୍ଡ ବିଭାଗର ଥିବା ଚାଲେଞ୍ଜକୁ କିଭଳି ମୁକାବିଲା କରାଯିବ, ସେନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

 

Leave A Reply

Your email address will not be published.