Below header

ମା’ କାଳୀଙ୍କ ଫଟୋକୁ ଅଶୋଭନୀୟ ଭାବେ ସେୟାର କରି ଆକ୍ରୋସର ଶିକାର ହେଲା ୟୁକ୍ରେନ, ପରେ ହଟାଇଲା

ଋଷ ସହ ୟୁକ୍ରେନର ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ ଏକ ମସ୍ତବଡ ଭୂଲ୍‌ କରିଛି ୟୁକ୍ରେନ । ହିନ୍ଦୁଙ୍କ ଆରାଧ୍ୟା ଦେବୀ ମା’ କାଳୀଙ୍କ ଫଟୋକୁ ଅଶୋଭନୀୟ ଭାବେ ପ୍ରଦର୍ଶନ କରି ହିନ୍ଦୁଙ୍କ ଆକ୍ରୋଶର ଶିକାର ହୋଇଛି । ଏହି ଭୂଲ୍‌ ପାଇଁ ୟୁକ୍ରେନକୁ ସାରା ବିଶ୍ୱର ହିନ୍ଦୁ ସମୁଦାୟଙ୍କ ପକ୍ଷରୁ ଆକ୍ରୋସର ଶିକାର ହେବାକୁ ପଡିଛି । ଯାହା ପରେ ୟୁକ୍ରେନ ଟ୍ଵିଟର ହ୍ୟାଣ୍ଡେଲରୁ ମା’କାଳୀଙ୍କ ଫଟୋ କାଢ଼ି ନେଇଛି ।

ନୂଆଦିଲ୍ଲୀ : ଋଷ ସହ ୟୁକ୍ରେନର ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ ଏକ ମସ୍ତବଡ ଭୂଲ୍‌ କରିଛି ୟୁକ୍ରେନ । ହିନ୍ଦୁଙ୍କ ଆରାଧ୍ୟା ଦେବୀ ମା’ କାଳୀଙ୍କ ଫଟୋକୁ ଅଶୋଭନୀୟ ଭାବେ ପ୍ରଦର୍ଶନ କରି ହିନ୍ଦୁଙ୍କ ଆକ୍ରୋଶର ଶିକାର ହୋଇଛି । ଏହି ଭୂଲ୍‌ ପାଇଁ ୟୁକ୍ରେନକୁ ସାରା ବିଶ୍ୱର ହିନ୍ଦୁ ସମୁଦାୟଙ୍କ ପକ୍ଷରୁ ଆକ୍ରୋସର ଶିକାର ହେବାକୁ ପଡିଛି । ଯାହା ପରେ ୟୁକ୍ରେନ ଟ୍ଵିଟର ହ୍ୟାଣ୍ଡେଲରୁ ମା’କାଳୀଙ୍କ ଫଟୋ କାଢ଼ି ନେଇଛି ।

ୟୁକ୍ରେନର ରକ୍ଷା ମନ୍ତ୍ରଣାଳୟ ତା’ର ସରକାରୀ ଟ୍ଵିଟର ହ୍ୟାଣ୍ଡେଲରେ ମା’ଙ୍କ ଆପତ୍ତିଜନକ ଫଟୋ ସେୟାର କରିଥିଲା । ଭାରତୀୟମାନେ, ୟୁକ୍ରେନର ଏହି ଭୂଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ । ଏପରିକି ୟୁଜର୍ସ ମାଲିକ ଏଲନ୍‌ ମସ୍କଙ୍କୁ ମଧ୍ୟ ଏହି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତୀୟ ଅନୁରୋଧ କରିଥିଲେ । ଏହାପରେ ୟୁକ୍ରେନ ତା’ର ଭୂଲ ବୁଝିପାରି ଟ୍ଵିଟର ହ୍ୟାଣ୍ଡେଲରୁ ମା’ଙ୍କ ଫଟୋ ହଟାଇଥିଲା ।

ଆଜି ଅର୍ଥାତ୍‌ ରବିବାର ୟୁକ୍ରେନ ରକ୍ଷା ମନ୍ତ୍ରଣାଳୟ ଟ୍ଵିଟର ହ୍ୟାଣ୍ଡେଲ @DefenceU ପକ୍ଷରୁ ମା’ କାଳୀଙ୍କ ଅଭଦ୍ର ଭାବେ ଫଟୋ ଦେଖାଯାଇଥିଲା । ଏଥିରେ ଋଷ ସହ ମା’ କାଳୀଙ୍କ ଫଟୋର କିଛି କାରଣ ନଥିବା ବେଳେ କ’ଣ ପାଇଁ ୟୁକ୍ରେନ ଏହା କରିଥିଲା ତାହା ବୁଝାପଡିନାହିଁ । ଏହା ପଛରେ ୟୁଜର୍ସ ବିଭିନ୍ନ ମତ ଦେଉଛନ୍ତି ।

କିଛି ୟୁଜର୍ସ ମତ ଦେଉଛନ୍ତି କି ଋଷ ସହ ଯୁଦ୍ଧରେ ଭାରତ ଏଯାଏ ତାକୁ କିଛି ସାହାଯ୍ୟ କରିନାହିଁ । ଭାରତ ସହ ଋଷର ସମ୍ପର୍କ ଯୋଗୁ ୟୁକ୍ରେନ ରାଗି ଯାଇ ଏପରି ଅକ୍ଷମଣୀୟ ଭୂଲ୍‌ କରିଥାଇ ପାରେ ବୋଲି କିଛି ୟୁଜର୍ସ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.