ଦେଶ ବିଦେଶ

କ୍ଲାସ୍‌ରେ ଶିକ୍ଷକ LCDରେ ଦେଖାଇଲେ ପର୍ଣ୍ଣ, ଭିଡିଓ ଚଲାଇ ଛାତ୍ରୀଙ୍କ ସାମ୍ନାରେ କଲେ ଅଶ୍ଳୀଳ ହରକତ

ଜଣେ ଶିକ୍ଷକର ପେସା ବହୁତ ମୂଲ୍ୟବାନ ହୋଇଥାଏ, କିନ୍ତୁ ଅନେକ ବାର ଏମିତି କିଛି ଶିକ୍ଷକ ସାମ୍ନାକୁ ଆସନ୍ତି, ଯେଉଁମାନେ ନିଜର ଘୃଣ୍ୟ ହରକତ ଯୋଗୁ ଏହି ପେସାକୁ ମଧ୍ୟ ବଦନାମ୍‌ କରିଦିଅନ୍ତି। ଏମିତି ହିଁ ଏକ ମାମଲା ପଞ୍ଜାବରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ ପର୍ଣ୍ଣ ଫିଲ୍ମ ଦେଖାଇଛନ୍ତି। ସେ କେବଳ ଭିଡିଓ ଦେଖାଇ ନାହାନ୍ତି, ବରଂ ସେମାନଙ୍କ ସାମ୍ନାରେ ଅଶ୍ଳୀଳ ହରକତ ମଧ୍ୟ କରିଛନ୍ତି। ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ମାମଲାରେ ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି।

ରିପୋର୍ଟ ମୁତାବକ, ଏହି ମାମଲା ପଞ୍ଜାବ ଫଗଓ୍ଵାଡାର ଏକ ବିଦ୍ୟାଳୟର। ଏଠାରେ ୬ଷ୍ଠ ଶ୍ରେଣୀର ଛାତ୍ରୀମାନଙ୍କୁ ଏଲ୍‌ସିଡି ସ୍କ୍ରିନ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇବା ଏବଂ ଅଶ୍ଳୀଳ ହରକତ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜଣେ ଛାତ୍ରୀଙ୍କ ବାପାଙ୍କ ଅଭିଯାଗକ୍ରମେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଶିକ୍ଷକଙ୍କ ନାମ ରାଜୀବ ଶର୍ମା। ତାଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଶିକ୍ଷକ ଜଣକ ଶ୍ରେଣୀଗୃହରେ ଲାଗିଥିବା ଏଲ୍‌ସିଡି ସ୍କ୍ରିନରେ ପର୍ଣ୍ଣ ଭିଡିଓ ଚଲାଇ ଦେଇଥିଲେ।

ଯେତେବେଳେ ଶ୍ରେଣୀଗୃହରେ ଛାତ୍ରୀମାନେ ବସିଥିଲେ, ସେହି ସମୟରେ ଭିଡିଓ ଚଲାଯାଇଥିଲା। ଏହାପରେ ଶିକ୍ଷକ ନିଜେ ମଧ୍ୟ ଏଭଳି ଅଶ୍ଳୀଳ ହରକତ କରିବାକୁ ଲାଗିଥିଲେ। ପରେ ଛାତ୍ରୀମାନେ ଘରକୁ ଆସି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଜଣେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago