କ୍ରୀଡା

ଋତୁରାଜଙ୍କ ଛକାରେ ଟାଟା କମ୍ପାନୀର ହେଲା କ୍ଷତି, କମ୍ପାନୀ ଏବେ ଦାନ କରିବ ୫ ଲକ୍ଷ ଟଙ୍କା

ଆଇପିଏଲ୍‌ ୨୦୨୩ ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନରେ ହରାଇଛି । ହେଲେ ଏହି ମ୍ୟାଚରେ ଚେନ୍ନାଇର ଓପନିଂ ବ୍ୟାଟର ଋତୁରାଜ ଗାଏକଓ୍ଵାଡଙ୍କ ଛକାରେ ଭାଙ୍ଗିଲା। ଛକା ମାରି ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରାଇଛନ୍ତି ଋତୁରାଜ ।

ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟ୍ସମ୍ୟାନ ୠତୁରାଜ ଗାୟକଓ୍ଵାଡ ୩୧ ବଲରେ ୫୭ ରନ୍ କରିଥିଲେ । ୫ମ ଓଭରରେ ଗାଏକଓ୍ଵାଡ ବୋଲର କୃଷ୍ଣପା ଗୌତମଙ୍କ ବଲରେ ଏକ ଦମଦାର ଛକା ମାରିଥିଲେ । ବଲ୍ ବାଉଣ୍ଡ୍ରି ବାହାରେ ରଖାଯାଇଥିବା ଟାଟା କାରରେ ମାଡ ହୋଇଥିଲା । ଏଥିରେ ଟାଟା ଟିୟାଗୋ ଇଭି ଗାଡିର ଡୋରର ଗୋଟିଏ ପାର୍ଶ୍ୱ ବଙ୍କା ହୋଇ ଯାଇଥିଲା । ନିୟମ ଅନୁସାରେ କାରରେ ବଲ ବାଜିଲେ ୫ଲକ୍ଷ ଟଙ୍କା ଗରିବଙ୍କୁ ଦାନ ଦିଆଯିବ। ତେବେ ଏହି କାରଟି ପୁରସ୍କାର ପାଇଁ ରଖାଯାଇଛି ।

ବଲ୍‌ ବାଜିବା ପରେ ଟାଟା କମ୍ପାନୀ ଏବେ ୫ ଲକ୍ଷ ଟଙ୍କା ଗରିବକୁ ଦାନ କରିବ । ଏହି ଟଙ୍କା କର୍ଣ୍ଣାଟକର ଖେତରେ ଜୈବ ବିବିଧତା ବଢାଇବା ପାଇଁ ବ୍ୟବହାର କରାଯିବ ।

ସୋମବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ ମ୍ୟାଚରେ ଋତୁରାଜ ଗାଏକଓ୍ଵାଡ ଏବଂ ଡିଭନ୍ କନୱେଙ୍କ ସହଭାଗୀତା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନ ରେ ପରାସ୍ତ କରିଛି । ୨୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ କରି ମ୍ୟାଚ୍ ହାରିଛି ଲକ୍ଷ୍ନୌ।

ଲକ୍ଷ୍ନୌ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । କାଇଲ୍ ମାୟର୍ସ ଏବଂ କେଏଲ ରାହୁଲ ୫.୩ ଓଭରରେ ୭୯ ରନ୍ କରିଥିଲେ । କାଇଲ୍ ୨୨ ବଲରେ ୫୩ ରନ୍, ନିକୋଲାସ୍ ପୁରାନ୍ ୧୮ ବଲରେ ୩୨ ରନ୍, ମାର୍କସ୍ ଷ୍ଟୋଇନିସ୍ ୧୮ ବଲରେ ୨୧ ରନ୍ କରିଥିବା ବେଳେ ଆୟୁଷ ବାଡୋନି ୧୮ ବଲରେ ୨୩ ରନ୍ କରିଥିଲେ ସୁଦ୍ଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।

 

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

4 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

19 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

29 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

40 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago