ରାଜ୍ୟ

୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ୩ ବାଉନସରଙ୍କୁ ଅଟକ ରଖି ପଚରାଉଚରା

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ୧୦ କୋଟିର ଜମି ମୂଲ୍ୟ ପାଇଁ କୋଟିଏ ଟଙ୍କାର ଡିଲ ଘଟଣାରେ ଆଉ ୩ ବାଉନସର୍‌ ଅଟକ । ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ନୟାପଲ୍ଲୀ ପୋଲିସ । ପୂର୍ବରୁ ପୋଜେସନ ଗ୍ୟାଙ୍ଗର ୭ ଜଣଙ୍କୁ ବାନ୍ଧିଥିଲା ପୋଲିସ। ୨ ଜଣ ଲେଡି ଡନ୍‌ଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ହେଲେ ଏବେବି ଫେରାର ମାଷ୍ଟର ମାଇଣ୍ଡ ରାଘବ ଜେନା। ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।

ଭୁବନେଶ୍ୱର ନୟାପଲ୍ଲୀରେ ବଳପୂର୍ବକ ଦୋକାନ ଘର ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ। ଟଙ୍କା ନେଇ ଲୋକଙ୍କୁ ଡରାଇ ଧମକାଇ ଜାଗା ଅକ୍ତିଆର କରିବା, ଜାଗାରୁ ବେଦଖଲ କରିବାରେ ଏହି ଗ୍ୟାଙ୍ଗ ସକ୍ରିୟ ଭୂମିକା ନେଉଛି। ଏଥିରେ ଉଭୟ ପୁରୁଷ ଓ ମହିଳା ସଦସ୍ୟ ସାମିଲ ରହୁଛନ୍ତି। ଅପରାଧୀ ଓ ଗୁଣ୍ଡାଗର୍ଦ୍ଦି ବିରୋଧରେ କମିସନରେଟ ପୋଲିସର ଜିରୋ ଟଲେରାନ୍‌ସ ନୀତି। ୨୪ ତାରିଖ ରାତିରେ ଶତାଧିକ ପୁରୁଷ ଓ ମହିଳା ବାଉନ୍‌ସର ଦୋକାନ ଲୁଟପାଟ କରିବା ସହ ଭିତରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ। ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା। ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ।

 

Barsha

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

8 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

19 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

29 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

58 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago