୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣା: ୩ ବାଉନସରଙ୍କୁ ଅଟକ ରଖି ପଚରାଉଚରା
ପୂର୍ବରୁ ପୋଜେସନ ଗ୍ୟାଙ୍ଗର ୭ ଜଣଙ୍କୁ ବାନ୍ଧିଥିଲା ପୋଲିସ। ୨ ଜଣ ଲେଡି ଡନ୍ଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ହେଲେ ଏବେବି ଫେରାର ମାଷ୍ଟର ମାଇଣ୍ଡ ରାଘବ ଜେନା। ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ୧୦ କୋଟିର ଜମି ମୂଲ୍ୟ ପାଇଁ କୋଟିଏ ଟଙ୍କାର ଡିଲ ଘଟଣାରେ ଆଉ ୩ ବାଉନସର୍ ଅଟକ । ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ନୟାପଲ୍ଲୀ ପୋଲିସ । ପୂର୍ବରୁ ପୋଜେସନ ଗ୍ୟାଙ୍ଗର ୭ ଜଣଙ୍କୁ ବାନ୍ଧିଥିଲା ପୋଲିସ। ୨ ଜଣ ଲେଡି ଡନ୍ଙ୍କୁ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ହେଲେ ଏବେବି ଫେରାର ମାଷ୍ଟର ମାଇଣ୍ଡ ରାଘବ ଜେନା। ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।
ଭୁବନେଶ୍ୱର ନୟାପଲ୍ଲୀରେ ବଳପୂର୍ବକ ଦୋକାନ ଘର ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ। ଟଙ୍କା ନେଇ ଲୋକଙ୍କୁ ଡରାଇ ଧମକାଇ ଜାଗା ଅକ୍ତିଆର କରିବା, ଜାଗାରୁ ବେଦଖଲ କରିବାରେ ଏହି ଗ୍ୟାଙ୍ଗ ସକ୍ରିୟ ଭୂମିକା ନେଉଛି। ଏଥିରେ ଉଭୟ ପୁରୁଷ ଓ ମହିଳା ସଦସ୍ୟ ସାମିଲ ରହୁଛନ୍ତି। ଅପରାଧୀ ଓ ଗୁଣ୍ଡାଗର୍ଦ୍ଦି ବିରୋଧରେ କମିସନରେଟ ପୋଲିସର ଜିରୋ ଟଲେରାନ୍ସ ନୀତି। ୨୪ ତାରିଖ ରାତିରେ ଶତାଧିକ ପୁରୁଷ ଓ ମହିଳା ବାଉନ୍ସର ଦୋକାନ ଲୁଟପାଟ କରିବା ସହ ଭିତରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ। ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା। ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ।