କ୍ରୀଡା

ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲଙ୍କ ଟେଷ୍ଟ ଡେବ୍ୟୁ, ବାପାଙ୍କୁ କୁଣ୍ଢାଇ କାନ୍ଦିଲେ ସରଫରାଜ

ରାଜକୋଟରେ ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଏହି ଟେଷ୍ଟରେ ଭାରତୀୟ ଟିମରେ ୨ ଜଣ ଖେଳାଳି ଡେବ୍ୟୁ କରିଛନ୍ତି । ବ୍ୟାଟର ସରଫରାଜ ଖାନ ଏବଂ ଓ୍ଵିକେଟ କିପର ଧ୍ରୁବ ଜୁରେଲଙ୍କୁ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି । ସରଫରାଜଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି । ଭାରତ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳନ୍ତୁ, ତାଙ୍କ ବାପା ନୌଶାଦ ଖାନ ସ୍ୱପ୍ନ ଦେଖିଥିଲେ । ଆଉ ପୁଅ ଏହି ସ୍ୱପ୍ନ ପୂରଣ କରିଥିବା ଦେଖି କାନ୍ଦି ପକାଇଥିଲେ ସରଫରାଜଙ୍କ ବାପା । ଏହାପରେ ବାପାଙ୍କୁ କୁଣ୍ଢାଇ ପକାଇ ଭାବୁକ ହୋଇପଡିଥିଲେ ସରଫରାଜ ।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍‌ରେ ମଧ୍ୟକ୍ରମରେ ତାଙ୍କୁ ସୁଯୋଗ ମିଳିଛି । ସରଫରାଜଙ୍କୁ ଏଥିପାଇଁ ଟିମରେ ଚୟନ କରାଯାଇଛି । ବିରାଟ କୋହଲି ଗତ ଦୁଇଟି ମ୍ୟାଚରୁ ବାଦ୍‌ ପଡିଥିବା ବେଳେ କେଏଲ ରାହୁଲ ମଧ୍ୟ ଦ୍ୱିତୀୟ ମ୍ୟାଚରେ ନଥିଲେ । ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ବିରାଟ କୋହଲି ନ ଥିବାରୁ ସରଫରାଜଙ୍କୁ ମଧ୍ୟକ୍ରମରେ ସ୍ଥାନ ମିଳିଛି । ସରଫରାଜ ଆଗାମୀ ୩ଟି ଟେଷ୍ଟ ପାଇଁ ଭାରତ ପାଇଁ ଖେଳିବେ । ବିରାଟ କୋହଲି ବ୍ୟକ୍ତିଗତ କାରଣ ଏବଂ ଶ୍ରେୟସ ଆୟର ଆହତଜନିତ ସମସ୍ୟା ଯୋଗୁଁ ବାଦ୍‌ ପଡିଛନ୍ତି ।

ସେହିପରି ଧ୍ରୁବ ଜୁରେଲ ୨ଟି ମ୍ୟାଚ ପାଇଁ ଟିମରେ ସ୍ଥାନ ପାଇଥିଲେ । ବାକି ୩ଟି ମ୍ୟାଚ ପାଇଁ ମଧ୍ୟ ବ୍ୟାକଅପ୍‌ ଓ୍ଵିକେଟ କିପର ଭାବେ ଟିମରେ ସାମିଲ ହୋଇଛନ୍ତି ।

ତେବେ ଆଜିର ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ୫୨ ରନରେ ୩ ଓ୍ଵିକେଟ ହରାଇ ସାରିଛି । ଜୟସ୍ୱାଲ ୧୦, ଶୁବମନ ୦, ରଜତ ପାଟିଦାର ୫ ରନ୍‌ କରି ଆଉଟ ହୋଇଛନ୍ତି । ଏବେ ରୋହିତ ସେଟ୍ଟୀ ଏବଂ ଜାଡେଜା ବ୍ୟାଟିଂ କରୁଛନ୍ତି ।

ଭାରତର ସମ୍ଭାବ୍ୟ ଏକାଦଶ : ଯଶସ୍ୱୀ ଜୟସ୍ୱାଲ (ଅଧିନାୟକ), ଶୁବମନ ଗିଲ୍‌, ରଜତ ପାଟିଦାର, ସରଫରାଜ ଖାନ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ।

Swagatika

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

45 mins ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

1 hour ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

2 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 hours ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

2 hours ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 hours ago