ସରଫରାଜ ଖାନ ଏବଂ ଧ୍ରୁବ ଜୁରେଲଙ୍କ ଟେଷ୍ଟ ଡେବ୍ୟୁ, ବାପାଙ୍କୁ କୁଣ୍ଢାଇ କାନ୍ଦିଲେ ସରଫରାଜ
ସରଫରାଜଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି । ଭାରତ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳନ୍ତୁ, ତାଙ୍କ ବାପା ନୌଶାଦ ଖାନ ସ୍ୱପ୍ନ ଦେଖିଥିଲେ । ଆଉ ପୁଅ ଏହି ସ୍ୱପ୍ନ ପୂରଣ କରିଥିବା ଦେଖି କାନ୍ଦି ପକାଇଥିଲେ ସରଫରାଜଙ୍କ ବାପା । ଏହାପରେ ବାପାଙ୍କୁ କୁଣ୍ଢାଇ ପକାଇ ଭାବୁକ ହୋଇପଡିଥିଲେ ସରଫରାଜ ।
ରାଜକୋଟରେ ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ଟେଷ୍ଟରେ ଭାରତୀୟ ଟିମରେ ୨ ଜଣ ଖେଳାଳି ଡେବ୍ୟୁ କରିଛନ୍ତି । ବ୍ୟାଟର ସରଫରାଜ ଖାନ ଏବଂ ଓ୍ଵିକେଟ କିପର ଧ୍ରୁବ ଜୁରେଲଙ୍କୁ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ମିଳିଛି । ସରଫରାଜଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି । ଭାରତ ପାଇଁ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳନ୍ତୁ, ତାଙ୍କ ବାପା ନୌଶାଦ ଖାନ ସ୍ୱପ୍ନ ଦେଖିଥିଲେ । ଆଉ ପୁଅ ଏହି ସ୍ୱପ୍ନ ପୂରଣ କରିଥିବା ଦେଖି କାନ୍ଦି ପକାଇଥିଲେ ସରଫରାଜଙ୍କ ବାପା । ଏହାପରେ ବାପାଙ୍କୁ କୁଣ୍ଢାଇ ପକାଇ ଭାବୁକ ହୋଇପଡିଥିଲେ ସରଫରାଜ ।
ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍ରେ ମଧ୍ୟକ୍ରମରେ ତାଙ୍କୁ ସୁଯୋଗ ମିଳିଛି । ସରଫରାଜଙ୍କୁ ଏଥିପାଇଁ ଟିମରେ ଚୟନ କରାଯାଇଛି । ବିରାଟ କୋହଲି ଗତ ଦୁଇଟି ମ୍ୟାଚରୁ ବାଦ୍ ପଡିଥିବା ବେଳେ କେଏଲ ରାହୁଲ ମଧ୍ୟ ଦ୍ୱିତୀୟ ମ୍ୟାଚରେ ନଥିଲେ । ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ବିରାଟ କୋହଲି ନ ଥିବାରୁ ସରଫରାଜଙ୍କୁ ମଧ୍ୟକ୍ରମରେ ସ୍ଥାନ ମିଳିଛି । ସରଫରାଜ ଆଗାମୀ ୩ଟି ଟେଷ୍ଟ ପାଇଁ ଭାରତ ପାଇଁ ଖେଳିବେ । ବିରାଟ କୋହଲି ବ୍ୟକ୍ତିଗତ କାରଣ ଏବଂ ଶ୍ରେୟସ ଆୟର ଆହତଜନିତ ସମସ୍ୟା ଯୋଗୁଁ ବାଦ୍ ପଡିଛନ୍ତି ।
ସେହିପରି ଧ୍ରୁବ ଜୁରେଲ ୨ଟି ମ୍ୟାଚ ପାଇଁ ଟିମରେ ସ୍ଥାନ ପାଇଥିଲେ । ବାକି ୩ଟି ମ୍ୟାଚ ପାଇଁ ମଧ୍ୟ ବ୍ୟାକଅପ୍ ଓ୍ଵିକେଟ କିପର ଭାବେ ଟିମରେ ସାମିଲ ହୋଇଛନ୍ତି ।
ତେବେ ଆଜିର ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ ବ୍ୟାଟିଂ କରୁଥିବା ବେଳେ ୫୨ ରନରେ ୩ ଓ୍ଵିକେଟ ହରାଇ ସାରିଛି । ଜୟସ୍ୱାଲ ୧୦, ଶୁବମନ ୦, ରଜତ ପାଟିଦାର ୫ ରନ୍ କରି ଆଉଟ ହୋଇଛନ୍ତି । ଏବେ ରୋହିତ ସେଟ୍ଟୀ ଏବଂ ଜାଡେଜା ବ୍ୟାଟିଂ କରୁଛନ୍ତି ।
ଭାରତର ସମ୍ଭାବ୍ୟ ଏକାଦଶ : ଯଶସ୍ୱୀ ଜୟସ୍ୱାଲ (ଅଧିନାୟକ), ଶୁବମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ।