BAPS ହିନ୍ଦୁ ମନ୍ଦିରରୁ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଭିଡିଓ, ଉଦ୍‌ଘାଟନ ଉତ୍ସବରେ ହେଲେ ସାମିଲ

ବଲିଉଡ ଅଭିନେତା ଅକ୍ଷୟ କୁମାର ଆବୁଧାବିର BAPS ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫେବୃଆରୀ ୧୪ରେ ଉଦ୍‌ଘାଟିତ ହୋଉଛି । ତେବେ ପାରମ୍ପାରିକ ପୋଷାକରେ ସେଠାରେ ପହଞ୍ଚିଥିବା ଅଭିନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍‌ କରିବାକୁ ଯାଉଛନ୍ତି । ଗୋଟିଏ ପରେ ଗୋଟିଏ ନୂଆ ଫିଲ୍ମରେ ଅଭିନେତାଙ୍କୁ ଦେଖିବାକୁ ମିଳିବ । ଏହା ସହ ଏହି ବର୍ଷ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ତେବେ ଅଭିନେତା ଏହାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଏହି ସମୟ ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଆବୁଧାବିର BAPS ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫେବୃଆରୀ ୧୪ରେ ଉଦ୍‌ଘାଟିତ ହୋଉଛି । ତେବେ ପାରମ୍ପାରିକ ପୋଷାକରେ ସେଠାରେ ପହଞ୍ଚିଥିବା ଅଭିନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ଅଭିନେତା ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହ କଡା ସୁରକ୍ଷା ମଧ୍ୟରେ ସେ ମନ୍ଦିରରେ ପ୍ରବେଶ କରିଥିଲେ । ଏହା ବ୍ୟତୀତ ଉଦ୍‌ଘାଟନ ଉତ୍ସବରେ ଅଭିନେତା ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଭିଡିଓଟି ‘Press Trust of India’ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଉଭୟ ଭାରତ ଏବଂ ୟୁଏଇ ସହଭାଗୀତା, ଶାନ୍ତି ଏବଂ ସମୃଦ୍ଧିର ମୂଲ୍ୟବୋଧ ପାଇଁ BAPS ମନ୍ଦିର ଏକ ଚିରନ୍ତନ ପ୍ରତୀକ ହେବ’ । ତେବେ BAPS ହେଉଛି ଏକ ସାମାଜିକ ଏବଂ ଆଧ୍ୟାତ୍ମିକ ହିନ୍ଦୁ ବିଶ୍ୱାସ ବେଦର ମୂଳଦୁଆ, ୧୮ ଶତାବ୍ଦୀର ଶେଷ ଭାଗରେ ପ୍ରଭୁ ସ୍ୱାମିନାରାୟଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ୧୯୦୭ ମସିହାରେ ଶାସ୍ତ୍ରୀଜୀ ମହାରାଜଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଆବୁଧାବିରେ ଏକ ହିନ୍ଦୁ ମନ୍ଦିର ପାଇଁ ପ୍ରସ୍ତାବ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ ସମୟରେ ଦେଇଥିଲେ । ଏହା ପରେ ସେଠିକାର ସରକାର ମନ୍ଦିର ନିର୍ମାଣ ପାଇଁ ଜମି ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟ ପରେ ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଛି, ତେବେ ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର କଥା ପାଲଟିଛି ।

ତେବେ ଶେଷଥର ପାଇଁ ଅକ୍ଷୟ କୁମାରଙ୍କୁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲା । ଗତ ବର୍ଷ ଅକ୍ଷୟ କୁମାରଙ୍କ ତିନୋଟି ବଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏଥିମଧ୍ୟରେ ‘ସେଲଫି’ ଏବଂ ‘OMG ୨’ ଅନ୍ତର୍ଭୁକ୍ତ ଥିଲା । ଏହି ସମସ୍ତ ଫିଲ୍ମରେ ଦର୍ଶକ ଅକ୍ଷୟ କୁମାରଙ୍କୁ ବହୁତ ପସନ୍ଦ କରିଥିଲେ । ଏହା ବ୍ୟତୀତ ବକ୍ସ ଅଫିସରେ ଫିଲ୍ମ ଭଲ ଇନ୍‌କମ୍‌ କରିନଥିଲା, କିନ୍ତୁ ଫିଲ୍ମର ଷ୍ଟୋରିକୁ ବହୁତ ପ୍ରଶଂସା କରାଯାଇଥିଲା । ଫିଲ୍ମ ‘ସରଫିରା’ ବ୍ୟତୀତ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଆହୁରି ଅନେକ ଚଳଚ୍ଚିତ୍ରରେ ନଜର ଆସିବେ, ସେଥିମଧ୍ୟରେ ‘ୱେଲକମ୍‌ ଟୁ ଦ ଜଙ୍ଗଲ’, ‘ବଡେ ମିୟା ଛୋଟେ ମିୟା’ ଏବଂ ‘ହେରା ଫେରି ୩’ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.