ନିର୍ବାଚନୀ ବଣ୍ଡ୍ ଉପରେ ରୋକ, Electoral Bond ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ନିର୍ବାଚନୀ ବଣ୍ଡ୍ ର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟଙ୍କ ରାୟ । ନିର୍ବାଚନୀ ବଣ୍ଡ୍ ଆକାରରେ ଗ୍ରହଣ କରିହେବନି ପାଣ୍ଠି। ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ୍ କୁ ବନ୍ଦ କରିବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ।

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟଙ୍କ ରାୟ । ନିର୍ବାଚନୀ ବଣ୍ଡ୍ ଆକାରରେ ଗ୍ରହଣ କରିହେବନି ପାଣ୍ଠି। ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ୍ କୁ ବନ୍ଦ କରିବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ । ନିର୍ବାଚନୀ ବଣ୍ଡ୍ ରେ ଦାତାଙ୍କ ପରିଚୟ ଗୁପ୍ତ ରହୁଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଲଗାତାର ୩ ଦିନ ଶୁଣାଣି କରିବା ପରେ ଗତବର୍ଷ ନଭେମ୍ବର ୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଏହି ଯୋଜନା ଅଧିନରେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କେତେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ତାର ସବିଶେଷ ତଥ୍ୟ ଦେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଏହି ଯୋଜନାରେ ଅଜଣା ବ୍ୟକ୍ତି, ସଂସ୍ଥା ବା ସଂଗଠନମାନେ ଏସବିଆଇରୁ ନିର୍ବାଚନୀ ବଣ୍ଡ କିଣି ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ପ୍ରଦାନ କରିଥାନ୍ତି । ବିଭିନ୍ନ ରାଜନୈତିକ ଦଳଙ୍କୁ ମିଳୁଥିବା ଚାନ୍ଦାରେ ପାରଦର୍ଶିତା ଆଣିବାକୁ ୨୦୧୭ରେ ଇଲେକଟୋରାଲ ବଣ୍ଡ ଯୋଜନା କାର୍ଯ୍ୟକାରୀ କରିଥିଲେ କେନ୍ଦ୍ର ସରକାର । ନିର୍ବାଚନୀ ବଣ୍ଡ ଯୋଜନା ଗୋପନୀୟତା ପ୍ରଦାନ କରେ । ଏହାର ସୂଚନା କେବଳ ବ୍ୟାଙ୍କ ପାଖରେ ଉପଲବଧ ଥାଏ । ତେବେ ଏହି ଯୋଜନାରେ ରାଜନୈତିକ ଦଳମାନଙ୍କୁ ବିପୁଳ ପରିମାଣର ଚାନ୍ଦା ପାଇବାକୁ ବାଟ ଖୋଲି ଦିଆଯାଇଥିବା ନେଇ ଆବେଦନରେ ଦର୍ଶାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.