‘ବିଜେପିରୁ ହଟିଯାଅ, ନହେଲେ ବୋମାରେ ଉଡାଇ ଦେବୁ, ’ ବିହାର ଡିଜିପିଙ୍କୁ ଫୋନରେ ଧମକ

ନୀତୀଶ କୁମାର ଏନଡିଏରେ ମିଶିବା ପରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ତେଣୁ ନୀତୀଶଙ୍କୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଅଡିଓ କଲ୍‌ ସହିତ ମେସେଜ ଡିଜିପିଙ୍କୁ ମିଳିଛି ।

ବିହାରରେ ନୂଆ ସରକାର ହେବା ପରଠାରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ନୀତୀଶ କୁମାର ଏନଡିଏରେ ମିଶିବା ପରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ତେଣୁ ନୀତୀଶଙ୍କୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଅଡିଓ କଲ୍‌ ସହିତ ମେସେଜ ଡିଜିପିଙ୍କୁ ମିଳିଛି । ନୀତୀଶ ମହାଗଠବନ୍ଧନ ଛାଡି ବିଜେପିରେ ମିଶିବା ପରେ ଏଭଳି ଧମକ ମିଳିଥିବା କୁହାଯାଉଛି ।

ବିହାର ଡିଜିପି ଆରଏସ ଭଟ୍ଟୀଙ୍କୁ ଫୋନରେ ଧମକ ମିଳିଛି । ଧମକ ଦେଇଥିବା ବ୍ୟକ୍ତି ଜଣକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କୁହନ୍ତୁ, ବିଜେପିରୁ ହଟିଯାଆନ୍ତୁ, ନଚେତ ବୋମାରେ ଉଡାଇ ଦେବୁ ଏବଂ ବିଧାୟକଙ୍କୁ ମାରିଦେବୁ । ଏହି ଧମକ ଡିଜିପିଙ୍କ ମୋବାଇଲ ଫୋନକୁ ହ୍ଵାଟସଆପ୍‌ ମେସେଜ ଏବଂ ଅଡିଓ କ୍ଲିପରେ ପଠାଯାଇଛି । ଏହାକୁ ନେଇ ବିହାର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିହାରର EOU ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏପରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ କର୍ଣ୍ଣାଟକରୁ ବାନ୍ଧିଛି  । ବିଭିନ୍ନ ସ୍ଥାନରେ ଚଢ଼ଉ ପରେ କର୍ଣ୍ଣାଟକରୁ ଅଭିଯୁକ୍ତ ଯୁବକ ସୋନୁଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକ ପୋଲିସ ସାହାଯ୍ୟରେ EOU ତାଙ୍କୁ ଗିରଫ କରି ବିହାରରେ ପହଞ୍ଚିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୨୮ ଜାନୁଆରୀରେ ନୀତୀଶ କୁମାର ମହାଗଠବନ୍ଧନ ଛାଡି ଏନଡିଏରେ ମିଶି ସରକାର ଗଢିଥିଲେ ନୀତୀଶ କୁମାର । ଏନଡିଏରେ ସରକାର ପାଇଁ ନୀତୀଶ କୁମାର ୨୪୩ ସଦସ୍ୟକୁ ବିଧାନସଭାରେ ବହୁମତ ସାବ୍ୟସ୍ତ ହୋଇଥିଲା । ନୀତୀଶ କୁମାର ୧୨୨ ବିଧାୟକଙ୍କ ସ୍ଥାନରେ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା । ନୀତୀଶ କୁମାର ମହାଗଠବନ୍ଧନ ଛାଡି ବିଜେପିରେ ମିଶିବା ପରେ ଜେଡିୟୁ ଏବଂ ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.