ନାମାଙ୍କନ ଭରିଲେ ଅଶ୍ବିନୀ, ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଯିବେ ରାଜ୍ୟସଭା
ନାମାଙ୍କନ ଭରିଲେ ଅଶ୍ବିନୀ। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥୀପତ୍ର ଧାଖଲ ସମୟରେ ବିଜେପି ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଅଶ୍ବିନୀ ଯିବେ ରାଜ୍ୟସଭା ।
ଭୁବନେଶ୍ୱର (କେନ୍ୟୁଜ): ନାମାଙ୍କନ ଭରିଲେ ଅଶ୍ବିନୀ। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥୀପତ୍ର ଧାଖଲ ସମୟରେ ବିଜେପି ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଅଶ୍ବିନୀ ଯିବେ ରାଜ୍ୟସଭା ।
୨୦୧୯ରେ ମଧ୍ୟ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିଲେ। ଦ୍ବିତୀୟ ଥର ପାଇଁ ଓଡ଼ିଶାରୁ ରାଜ୍ୟସଭା ଯିବେ ଅଶ୍ବିନୀ ବୈଷ୍ଣବ। ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି କେନ୍ଦ୍ରୀୟ କମିଟି ଅଶ୍ବିନୀଙ୍କ ନାଁ ଘୋଷଣା କରିବା ପରେ ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଦେଇଛି ବିଜେଡି। ରାଜ୍ୟରେ ରେଳସେବା, ଟେଲି ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ସମର୍ଥନ ଦେଇଛନ୍ତି ବିଜେଡି ସୁପ୍ରିମୋ। ନାମାଙ୍କନ ଦାଖଲ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅଶ୍ବିନୀ।