ଦୃଷ୍ଟିହୀନ ଲୋକଙ୍କ ଜୀବନରେ ଆଶାର ଆଲୋକ ଆଣିବ AI, ଡେଭଲପ୍ କରାଯାଇଛି ନୂଆ ଡିଭାଇସ୍
ଯଦି ଜଣେ ନେତ୍ରହୀନ ବ୍ୟକ୍ତି କୌଣସି ସାମଗ୍ରୀ ନେଉଛନ୍ତି ତେବେ AISee ସେହି ବ୍ୟକ୍ତିଙ୍କୁ ଜିନିଷର ସମ୍ପୂର୍ଣ୍ଣ ସୂଚନା ଦେବ । ଏହି ଟେକ୍ନୋଲୋଜି ଜିନିଷଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ । ଯଦି କୌଣସି ଜିନିଷରୁ କୌଣସି ପ୍ରକାର ବିପଦ ଥାଏ ତେବେ ଦୃଷ୍ଟିହୀନ ଲୋକମାନେ ଜାଣିି ପାରିବେ ।
ଟେକ୍ନୋଲୋଜି ଦୁନିଆରେ କାୟା ବିସ୍ତାର କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) । ପୃଥିବୀର ବିଭିନ୍ନ କ୍ଷେତ୍ରରେ AI ବ୍ୟବହାର କରାଯାଉଛି । କିଛି ଲୋକ ଏହାକୁ ବିପଦ ଭାବରେ ଦେଖୁଛନ୍ତି ତ ଆଉ କେତେ ଲୋକ ଏହାକୁ ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ସାହାଯ୍ୟ କରୁଛି ବୋଲି ବିଶ୍ୱାସ କରୁଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନ୍ଧ ଏବଂ ସ୍ୱଳ୍ପ ଦୃଷ୍ଟିହୀନ ଲୋକଙ୍କ ଜୀବନରେ ଆଶାର ଆଲୋକ ଆଣିବ । କାରଣ ସିଙ୍ଗାପୁରର ନ୍ୟାସନାଲ୍ ୟୁନିଭରସିଟି ଏକ AI ଡିଭାଇସ୍ ଡେଭଲପ୍ କରିଛି । ଏହାର ନାମ AiSee ରଖାଯାଇଛି । ଏହା ଜିନିଷଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ ।
ଯଦି ଜଣେ ନେତ୍ରହୀନ ବ୍ୟକ୍ତି କୌଣସି ସାମଗ୍ରୀ ନେଉଛନ୍ତି ତେବେ AISee ସେହି ବ୍ୟକ୍ତିଙ୍କୁ ଜିନିଷର ସମ୍ପୂର୍ଣ୍ଣ ସୂଚନା ଦେବ । ଏହି ଟେକ୍ନୋଲୋଜି ଜିନିଷଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ । ଯଦି କୌଣସି ଜିନିଷରୁ କୌଣସି ପ୍ରକାର ବିପଦ ଥାଏ ତେବେ ଦୃଷ୍ଟିହୀନ ଲୋକମାନେ ଜାଣିି ପାରିବେ ।
AISee ଏକ ହେଡଫୋନ୍ ଭଳି ଏବଂ ଏହାକୁ ପିନ୍ଧିବା ଦ୍ୱାରା ଦୃଷ୍ଟିଶକ୍ତି କମ୍ ଥିବା ଲୋକଙ୍କ ସମସ୍ୟା ବହୁ ପରିମାଣରେ ଦୂର ହୋଇଯିବ । AISee ରେ ଏକ ମାଇକ୍ରୋ କ୍ୟାମେରା ଲଗାଯାଇଛି । ଏହା ୟୁଜରଙ୍କ ସାମ୍ନାରେ ଥିବା ଦୃଶ୍ୟକୁ ପରୀକ୍ଷା କରିବାରେ ସାହାଯ୍ୟ କରେ । ଏହାର ସଫ୍ଟୱେର୍ ଟେକ୍ସଟ୍, ଲୋଗୋ ଏବଂ ଲେବଲ୍ ଇତ୍ୟାଦିକୁ ଚିହ୍ନିପାରେ । AISee କ୍ଲାଉଡ୍ ବେସଡ୍ AI ଆଲଗୋରିଦମ ବ୍ୟବହାର କରି ଜିନିଷଗୁଡିକ ଆନାଲାଇଜ୍ କରେ ।
ମନେକର ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ସାମଗ୍ରୀ କିଣିବାକୁ ଏକ ଦୋକାନକୁ ଯାଇଥିବେ, ଯେତେବେଳେ ସେ ଯେଉଁ ଜିନିଷ ଉଠାଇବେ ସେତେବେଳେ AISee ଏହାର ଏକ ଫଟୋ ଉଠାଇବ ଏବଂ ପ୍ରୋସେସିଙ୍ଗ୍ କରିବା ଆରମ୍ଭ କରିବ । AISee ହେଡଫୋନ୍ ମାଧ୍ୟମରେ ଜିନିଷକୁ ଦେଖେ ଏବଂ ସେଗୁଡ଼ିକ ବିଷୟରେ ବ୍ୟକ୍ତିଙ୍କୁ ସୂଚନା ଦେଇଥାଏ । ଏହା ସଠିକ୍ ସାମଗ୍ରୀ କିଣିବାରେ ସାହାଯ୍ୟ କରିବ । ଏହି ଡିଭାଇସ୍ ସାହାଯ୍ୟରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଜିନିଷ ବିଷୟରେ ଜାଣିି ପାରିବେ, ଯାହା ଦ୍ୱାରା ସେମାନେ ଠିକ୍ କିି ଭୁଲ୍ ଜିନିଷ କିଣୁଛନ୍ତି ତାହା ଜାଣି ପାରିବେ ।
AISee ପିନ୍ଧିବା ପରେ ୟୁଜର ଜିନିଷ ବିଷୟରେ ଅନେକ ପ୍ରଶ୍ନ ପଚାରିପାରିବେ । ଏଥିରେ ଟେକ୍ସଟ୍-ଟୁ-ସ୍ପିଚ୍ ଏବଂ ସ୍ପିଚ୍-ଟୁ-ଟେକ୍ସଟ୍ ଫିଚର ଅଛି, ଯାହା ଅନୁସନ୍ଧାନକୁ ସହଜ କରିଥାଏ । ଏହି ଡିଭାଇସ୍ କୁ ଏକ ବଡ଼ ଭାଷା ମଡେଲ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । AISee ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ବିପି ଡି ସାଲଭା ହୋଲ୍ଡିଂ କମ୍ପାନୀ ୧.୫୦ ଲକ୍ଷ ସିଙ୍ଗାପୁର ଡଲାର ଅର୍ଥାତ୍ ପ୍ରାୟ ୯୨.୫୬ ଲକ୍ଷ ଟଙ୍କା ଦେଇଛି ।