କ୍ରୀଡା

କୋହଲି ଜଣେ ମହାନ୍‌ ଖେଳାଳି: ସୌରଭ ଗାଙ୍ଗୁଲି

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବବାଦ ଦେଖାଦେଇଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି ।ଆଉ ଗାଙ୍ଗୁଲିଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନାନୁସାରେ, ନିକଟରେ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ବଢିଛି । ଡିସେମ୍ବରରେ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ।ଏହାପରେ ଗାଙ୍ଗୁଲି ତାଙ୍କୁ ଟି୨୦ ନେତୃତ୍ୱ ନଛାଡିବା ପାଇଁ ପରାମର୍ଶ ଦେଇଥିବା କହିଥିଲେ । କିନ୍ତୁ କୋହଲି ଗାଙ୍ଗୁଲିଙ୍କ ଏହି କଥାକୁ ଖଣ୍ଡନ କରିଥିଲେ ।

ବିରାଟଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୬୮ରୁ ୪୦ଟି ଟେଷ୍ଟ୍ ଜିତିଛି । ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ବିରାଟଙ୍କ ନେତୃତ୍ୱରେ ଦଳ ଅନେକ ରେକର୍ଡ ପ୍ରତିଷ୍ଠା କରିଛି ।

ବିରାଟଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ବ୍ୟକ୍ତିବିଶେଷ:

ରାଜୀବ ଶୁକ୍ଲା: କୋହଲିଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ । ଭାରତୀୟ କ୍ରିକେଟକୁ କୋହଲିଙ୍କ ଅବଦାନ ଅତୁଳନୀୟ । ସେ ଆମକୁ ସର୍ବାଧିକ ମ୍ୟାଚରେ ବିଜୟୀ କରାଇଛନ୍ତି । ଭାରତକୁ ଆହୁରି ଅନେକ ମ୍ୟାଚରେ ବିଜୟୀ କରାଇବେ।

ଅରୁଣ ଧୂମାଲ : ବିରାଟଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରୁଛି । ନିଜ ବ୍ୟାଟିଂ ଦକ୍ଷତା ଜରିଆରେ ସେ ଭାରତୀୟ ଦଳକୁ ଆଗାମୀ ଦିନରେ ସଫଳତାର ଶୀର୍ଷରେ ପହଞ୍ଚାଇବେ । ଯୁବପିଢ଼ିଙ୍କ ପାଇଁ ସେ ସର୍ବଦା ଆଦର୍ଶ ରହିବେ । ଅଧିନାୟକ ଭାବେ ତାଙ୍କ ସଫଳତାକୁ ଅନୁସରଣ କରି ଯୁବ ପିଢ଼ି ଭବିଷ୍ୟତର ସ୍ୱପ୍ନ ଦେଖିବେ ।

ଭିଭିଆନ ରିଚାର୍ଡ୍ସ: ଅଧିନାୟକ ଭାବେ ଅତୁଳନୀୟ ସଫଳତା ଅର୍ଜନ କରିଥିବାରୁ ତୁମେ ଦିନେ ଗର୍ବ ଅନୁଭବ କରିବ । ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରେ ତୁମ ନାମ ଶୋଭା ପାଇବ  ।

ସଚିନ ତେନ୍ଦୁଲକର: ଅଧିନାୟକ ଭାବେ ସଫଳ କ୍ୟାରିୟର ପାଇଁ କୋହଲି ତୁମକୁ ଶୁଭେଚ୍ଛା । ତୁମେ ଦଳ ପାଇଁ ୧୦୦ ପ୍ରତିଶତ ଦେଇଛ ଏବଂ ଆଗକୁ ବି ଦେବା ଜାରି ରଖିବ । ଆଗାମୀ ଭବିଷ୍ୟତ ପାଇଁ ବହୁତ ବହୁତ ଶୁଭେଚ୍ଛା ।

ବ୍ୟକ୍ତିଗତ ଭାବେ ମୋ ପାଇଁ ଖରାପ ଦିନ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ।

Swagatika

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

56 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

1 hour ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago