କୋହଲି ଜଣେ ମହାନ୍ ଖେଳାଳି: ସୌରଭ ଗାଙ୍ଗୁଲି

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବବାଦ ଦେଖାଦେଇଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।
ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି ।ଆଉ ଗାଙ୍ଗୁଲିଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Under Virats leadership Indian cricket has made rapid strides in all formats of the game ..his decision is a personal one and bcci respects it immensely ..he will be an important member to take this team to newer heights in the future.A great player.well done ..@BCCI @imVkohli
— Sourav Ganguly (@SGanguly99) January 15, 2022
ସୂଚନାନୁସାରେ, ନିକଟରେ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ବଢିଛି । ଡିସେମ୍ବରରେ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ।ଏହାପରେ ଗାଙ୍ଗୁଲି ତାଙ୍କୁ ଟି୨୦ ନେତୃତ୍ୱ ନଛାଡିବା ପାଇଁ ପରାମର୍ଶ ଦେଇଥିବା କହିଥିଲେ । କିନ୍ତୁ କୋହଲି ଗାଙ୍ଗୁଲିଙ୍କ ଏହି କଥାକୁ ଖଣ୍ଡନ କରିଥିଲେ ।
— Virat Kohli (@imVkohli) January 15, 2022
ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ରୁ ୪୦ଟି ଟେଷ୍ଟ୍ ଜିତିଛି । ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ବିରାଟଙ୍କ ନେତୃତ୍ୱରେ ଦଳ ଅନେକ ରେକର୍ଡ ପ୍ରତିଷ୍ଠା କରିଛି ।
ବିରାଟଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ବ୍ୟକ୍ତିବିଶେଷ:
ରାଜୀବ ଶୁକ୍ଲା: କୋହଲିଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ । ଭାରତୀୟ କ୍ରିକେଟକୁ କୋହଲିଙ୍କ ଅବଦାନ ଅତୁଳନୀୟ । ସେ ଆମକୁ ସର୍ବାଧିକ ମ୍ୟାଚରେ ବିଜୟୀ କରାଇଛନ୍ତି । ଭାରତକୁ ଆହୁରି ଅନେକ ମ୍ୟାଚରେ ବିଜୟୀ କରାଇବେ।
ଅରୁଣ ଧୂମାଲ : ବିରାଟଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରୁଛି । ନିଜ ବ୍ୟାଟିଂ ଦକ୍ଷତା ଜରିଆରେ ସେ ଭାରତୀୟ ଦଳକୁ ଆଗାମୀ ଦିନରେ ସଫଳତାର ଶୀର୍ଷରେ ପହଞ୍ଚାଇବେ । ଯୁବପିଢ଼ିଙ୍କ ପାଇଁ ସେ ସର୍ବଦା ଆଦର୍ଶ ରହିବେ । ଅଧିନାୟକ ଭାବେ ତାଙ୍କ ସଫଳତାକୁ ଅନୁସରଣ କରି ଯୁବ ପିଢ଼ି ଭବିଷ୍ୟତର ସ୍ୱପ୍ନ ଦେଖିବେ ।
ଭିଭିଆନ ରିଚାର୍ଡ୍ସ: ଅଧିନାୟକ ଭାବେ ଅତୁଳନୀୟ ସଫଳତା ଅର୍ଜନ କରିଥିବାରୁ ତୁମେ ଦିନେ ଗର୍ବ ଅନୁଭବ କରିବ । ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରେ ତୁମ ନାମ ଶୋଭା ପାଇବ ।
ସଚିନ ତେନ୍ଦୁଲକର: ଅଧିନାୟକ ଭାବେ ସଫଳ କ୍ୟାରିୟର ପାଇଁ କୋହଲି ତୁମକୁ ଶୁଭେଚ୍ଛା । ତୁମେ ଦଳ ପାଇଁ ୧୦୦ ପ୍ରତିଶତ ଦେଇଛ ଏବଂ ଆଗକୁ ବି ଦେବା ଜାରି ରଖିବ । ଆଗାମୀ ଭବିଷ୍ୟତ ପାଇଁ ବହୁତ ବହୁତ ଶୁଭେଚ୍ଛା ।
ବ୍ୟକ୍ତିଗତ ଭାବେ ମୋ ପାଇଁ ଖରାପ ଦିନ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ।