Below header

କେନ୍ଦୁଝର: ଟ୍ରଲର ଧକ୍କାରେ ଟ୍ରକ ମାଲିକ ମୃତ, ପ୍ରତିବାଦରେ ଲୋକଙ୍କ ରାସ୍ତାରୋକ୍

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ତେଲକୋଇ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା । ଟ୍ରଲର ଧକ୍କାରେ ଜଣେ ଟ୍ରକ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତ ଟ୍ରକ ମାଲିକ ହେଲେ ଭୀମ ସେନ ବେହେରା । ସୁଚନା ମୁତାବକ କେନ୍ଦୁଝର ବଜାରରୁ ବାଇକ ଯୋଗେ ସେ କୌଣସି ଏକ କାମରେ ଢାଙ୍ଗରପଡାକୁ ଯାଉଥିଲେ । ତେବେ ବିପରୀତ ଦିଗରୁ ଆସୁଥିବା ଟ୍ରଲର ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକଙ୍କ ଦ୍ବାରା ରାସ୍ତାରୋକ କରାଯାଇଥିଲା। ଦୀର୍ଘ ଦିନ ହେବ କେନ୍ଦୁଝର ସହର ଯୁଡ଼ିଆ ଠାରୁ କେନ୍ଦୁଝର ବଜାର ଯାଏ ଟ୍ରକ ଓ ଟ୍ରଲର ଲମ୍ବା ଲାଇନ ଦେଖା ଦେଇଥିଲା ।

accident1

ଯାହା ଫାଳରେ ବାଇକ କିମ୍ୱା ଛୋଟ ଛୋଟ ଗାଡ଼ି ଯାଆସରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡ ବଡ ଗାଡିକୁ କେନ୍ଦୁଝର ବଜାର ଭିତରକୁ ନଛାଡ଼ି ବାଇପାସ ଦେଇ ଗାଡ଼ି ଯିବାକୁ ଦାବୀ କରିବା ସହ ରାସ୍ତା ମରାମତି ଓ ମୃତ ବ୍ୟକ୍ତିଙ୍କକୁ କ୍ଷତିପୂରଣ ଦାବୀ କରିଛନ୍ତି ସ୍ଥାନୀୟ ଲୋକ। ଘଟଣା ସ୍ଥଳରେ କେନ୍ଦୁଝର ତହସିଲଦାର ଓ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.