କ୍ରୀଡା

ସ୍ପୋଟର୍ସ ଟ୍ରେଣ୍ଡସ ୨୦୨୩ : ଗୁଗଲରେ ବିରାଟ ଓ ରୋହିତ ନୁହେଁ ଶୁବମନଙ୍କୁ ଅଧିକ ସର୍ଚ୍ଚ କରିଥିଲେ ୟୁଜର୍ସ, ବିଶ୍ୱକପ ନୁହେଁ ଆଇପିଏଲ ନେଲା ନଂ ୧ ସ୍ଥାନ

୨୦୨୩ ବର୍ଷ ସରିବାକୁ ଆସିଲାଣି । ଚଳିତବର୍ଷ ଅନେକ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ଆଉ ଅନେକ ଯୁବ ଖେଳାଳି ଛାପ ଛାଡିଛନ୍ତି । ଗୁଗଲ ଚଳିତବର୍ଷର ଗୁଗଲ ଟ୍ରେଣ୍ଡ ଅର୍ଥାତ୍‌ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ଲିଷ୍ଟ ଜାରି କରିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ବର୍ଷ ରୋହିତ ଶର୍ମା କି ବିରାଟ କୋହଲି ନୁହନ୍ତି, ବରଂ ଯୁବ ଖେଳାଳିଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି ।

ଗୁଗଲ ମୁତାବକ, ଚଳିତବର୍ଷ ଭାରତରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଠାରୁ ଅଧିକ ଶୁବମନ ଗିଲଙ୍କୁ ସର୍ଚ୍ଚ କରାଯାଇଛି । ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳି ହେଉଛନ୍ତି ଶୁବମନ ଗିଲ । ଏହି ଲିଷ୍ଟରେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିଶ୍ୱକପ ୨୦୨୩ରେ କମାଲ କରିଥିବା ମହମ୍ମଦ ଶାମି ତୃତୀୟ ସ୍ଥାନରେ ରହିଛନ୍ତି ।

ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳି :

୧ : ଶୁବମନ ଗିଲ
୨: ରଚିନ ରବିନ୍ଦ୍ର
୩ : ମହମ୍ମଦ ଶାମି
୪: ଗ୍ଲେନ ମ୍ୟାକ୍ସେଓ୍ଵଲ
୫ : ଡେଭିଡ ବେକହମ

ସେହିପରି ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ସ୍ପୋଟର୍ସ ଇଭେଣ୍ଟ ଭାବେ ଆଇପିଏଲ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱକପ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଏସିଆ କପ୍‌, ଚତୁର୍ଥ ସ୍ଥାନରେ ଓମେନ ପ୍ରିମିୟର ଲିଗ ଏବଂ ୫ମ ସ୍ଥାନରେ ଏସିଆନ ଗେମ୍ସ ନାମ ରହିଛି ।

ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା କ୍ରିକେଟ ମ୍ୟାଚ୍‌ :

ଭାରତ ବନାମ ଅଷ୍ଟ୍ରେଲିଆ
ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ଶ୍ରୀଲଙ୍କା
ଭାରତ ବନାମ ଇଂଲଣ୍ଡ
ଭାରତ ବନାମ ଆୟରଲାଣ୍ଡ

Swagatika

Recent Posts

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

29 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

42 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago