କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସକୁ ଗୁଡବାଏ କଲେ ଲସିଥ୍ ମଲିଙ୍ଗା, ଆଉ ଖେଳିବେନି ଆଇପିଏଲ୍‌

ଶ୍ରୀଲଙ୍କାର ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମଲିଙ୍ଗା ଆଇପିଏଲ କ୍ରିକେଟ ଟିମରୁ ସନ୍ୟାସ ଘୋଷଣ କରିଛନ୍ତି। ସେ ମାସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରବନ୍ଧନକୁ ସୂଚିତ କରି ନିଜକୁ ଆସନ୍ତା ସିଜନ ପାଇଁ ଅନୁପଲବ୍ଧ ଜଣାଇଥଲେ। ଏହାପରେ ବୁଧବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦ୍ୱାରା ଆଇପିଏଲ ୨୦୨୧ ନିଲାମୀ ପୂର୍ବରୁ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଟ୍ଵିଟ୍ କରି ଜଣାଇଛି ଯେ ମଲିଙ୍ଗାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ଏଥିରୁ ବାଦ୍ କରିଦିଆଯାଇଛି।

ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଆମ୍ବାନୀ ଏକ ବୟାନ ଜାରି କରି ଜଣାଇଛନ୍ତି ଯେ, ‘ମଲିଙ୍ଗା ଗତ ୧୨ ବର୍ଷ ଧରି ଟିମର ବହୁତ ଗୁରୁତ୍ୱପୂର୍ଣ୍ଣ ଭାଗ ନେଉଥିଲେ। ମୁଁ ଚାହୁଁଥିଲି ଯେ ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆମ ଦଳରେ ସାମିଲ ରୁହନ୍ତୁ। କିନ୍ତୁ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ। ଅମ୍ବାନୀ ଜଣାଇଛନ୍ତି ଯେ ମଲିଙ୍ଗା ଆମ ହୃଦୟରେ ସବୁବେଳେ ରହିବେ। ଆମେ ଭବିଷ୍ୟତରେ ଚେଷ୍ଟା କରିବୁ ଯେ ତାଙ୍କ ଅନୁଭବକୁ ଅନ୍ୟ କୌଣସି ତରିକାରେ ଲାଭ ନେଇହେବ।

୩୭ ବର୍ଷୀୟ ପେସ୍ ବୋଲର ୨୦୦୮ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଭାଗ ନେଇଥିଲେ। ସେ କେବେବି ଅନ୍ୟ କୌଣସି ଟିମରେ ଭାଗ ନେଇନାହାଁନ୍ତି। ସେ ପାଞ୍ଚ ଥର ଆଇପିଏଲର ବିଜୟ ହାସଲ୍ କରିଥିବା ଦଳରେ ଅଂଶିଦାର ରହିଛନ୍ତି। ଆଇପିଏଲ ୨୦୧୮ପାଇଁ ମୁମ୍ବାଇ ତାଙ୍କୁ ନିଜ ଟିମର ବୋଲିଂ କୋଚ୍ କରାଯାଇଥିଲା। କିନ୍ତୁ ଏହା ପରର ସିଜନରେ ତାଙ୍କୁ ୨୦୧୯ ପାଇଁ ଟିମର ବୋଲର ଭାବେ ସାମିଲ କରିନିଗଲା। ସେ ଆଇପିଏଲ ଇତିହାସରେ ୧୨୨ ମ୍ୟାଚରେ ସର୍ବାଧିକ ୧୭୦ ଓ୍ଵିକେଟ ନେଇଥିବା ବୋଲର ଅଟନ୍ତି। ଆଇପିଏଲ ୨୦୧୧ରେ ସେ ୨୮ ଓ୍ଵିକେଟ ସହିତ ପର୍ପଲ କ୍ୟାପ୍ ମଧ୍ୟ ହାସଲ କରିଥିଲେ।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

31 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago