Categories: କ୍ରୀଡା

ଲର୍ଡ଼ସରେ ଶୋଚନୀୟ ପରାଜୟ : ଏବେ ଟିମ୍‌ ଇଣ୍ଡିଆ ଥିଙ୍କଟ୍ୟାଙ୍କ କରିବ କଣ ?

ଲଣ୍ଡନ : ଏଜବାଷ୍ଟନରେ ପ୍ରଥମ ଟେଷ୍ଟ ଚାରି ଦିନରେ ସରିଥିଲା । ଲର୍ଡସ୍‌ ଟେଷ୍ଟରେ ଭାରତୀୟ ଦଳ ତିନି ଦିନ ବି ତିଷ୍ଠି ପାରିଲେନି । ଶୋଚନୀୟ ପରାଜୟ ବରଣ କଲା । ଏକ ଇନିଂସ ଓ ୧୫୯ ରନ୍‌ରେ ବାଜି ମାରି ନେଲା ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ହେଲା ବିରାଟ ବାହିନୀ । ଇଂଲଣ୍ଡ ଖେଳାଳିଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି ସ୍ପିନର ରବିଚନ୍ଦ୍ର ଅଶ୍ୱିନ ଅପରାଜିତ ରହି ସର୍ବାଧିକ ୩୩ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ । ଅଶ୍ୱିନ୍‌ ପ୍ରଥମ ପାଳିରେ ମଧ୍ୟ ୨୯ ରନ୍‌ କରି ସର୍ବାଧିକ ସ୍କୋରର ଥିଲେ । ଅଧିନାୟକ ବିରାଟ କୋହଲିଙ୍କ ସମେତ ପ୍ରମୁଖ ବ୍ୟାଟ୍‌ସମ୍ୟାନମାନେ ପୂରା ଫେଲ୍‌ ମାରିଲେ । ତେବେ ସବୁଠାରୁ ବେଶି ସମାଲୋଚନାର ଶିକାର ହୋଇଛନ୍ତି ଓପ୍ନର ମୁରଲୀ ବିଜୟ । ଯିଏକି ଉଭୟ ଇନିଂସରେ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି । ଯିଏକ ଜଣେ ଭଲ ଟେଷ୍ଟ ବ୍ୟାଟ୍‌ସମ୍ୟାନ ଭାବେ ପରିଗଣିତ ହୁଅନ୍ତି । ଅବଶ୍ୟ ବିରାଟ ଆହତ ଥିବାରୁ ତାଙ୍କ ଫର୍ମ ଅନୁସାରେ ଖେଳି ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ପେସ୍‌ ବୋଲର୍‌ ଅଣ୍ଡରସନ ଓ ବ୍ରଡ୍‌ ୪ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ପୂର୍ବରୁ ପ୍ରଥମ ପାଳିରେ ଭାରତ ୧୦୭ ରନ କରିଥିବା ବେଳେ ୩୯୬ ରନ କରି ଇଂଲଣ୍ଡ ପାଳି ଘୋଷଣା କରିଥିଲା । ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁଁ ପ୍ରଥମ ଦିନ ଆଦୌ ଖେଳ ହୋଇ ପାରିନଥିଲା । ପରବର୍ତ୍ତୀ ଦିନଗୁଡ଼ିକରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା । ତଥାପି ତିନି ଦିନ ଭିତରେ ସରିଗଲା ମ୍ୟାଚ୍‌ । ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଅପରାଜିତ ୧୩୭ ରନ୍‌ ରିବା ସହ ଉଭୟ ପାଳିରେ ୪ଟି ଓ୍ଵିକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି । ଏହି ବିଜୟ ସହ ୫ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି । ଆସନ୍ତା ୧୮ ତାରିଖରୁ ନଟିଂହମ୍‌ରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଆଉ ୩ଟି ମ୍ୟାଚ୍‌ ବାକି ଥିବା ବେଳେ କଣ କରିବ ଟିମ୍‌ ଇଣ୍ଡିଆ ଥିଙ୍କଟ୍ୟାଙ୍କ ତାକୁ ଅପେକ୍ଷା କରିଛନ୍ତି ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ ।

KNews Bureau

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

9 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

51 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago