କ୍ରୀଡା

କୋଟି ହୃଦୟର ରାଜା ଅଣ୍ଡରଟେକର ଡବ୍ଲ୍ୟୁଡବ୍ଲ୍ୟୁଇ କୁ କଲେ ଅଲ୍‌ବିଦା, ଅକ୍ଷୟ କୁମାର ଥରେ କରିଥିଲେ ପରାସ୍ତ !

ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର୍‌ ଦ ଅଣ୍ଡରଟେକର୍‌ ରିଙ୍ଗ୍‌ରୁ ଅଲ୍‌ବିଦା କରିବାକୁ ଘୋଷଣା କରିଛନ୍ତି । ନିକଟରେ ଅଣ୍ଡରଟେକ୍‌ର ତାଙ୍କ ଡକ୍ୟୁମେଣ୍ଟ୍ରିର ଶେଷ ଏପିସୋଡ଼ରେ ପ୍ରଶଂସକଙ୍କୁ ଏକଥା କହିଛନ୍ତି । ତାଙ୍କର ଆଉ ରିଙ୍ଗ୍‌କୁ ଫେରିବାର ନାହିଁ ବୋଲି କହିବା ପରେ ଏହା ଟ୍ଵିଟରରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି ।

ରିଙ୍ଗ୍‌ରେ ତାଙ୍କର ଏହି ଦୀର୍ଘ ଯାତ୍ରା ପାଇଁ ପ୍ରଶଂସକମାନେ ତାଙ୍କୁ ସୋସିଆଲ୍‌ ମିଡିଆରେ ଧନ୍ୟବାଦ ଦେଇଛନ୍ତି । ଡେଡ୍‌ମ୍ୟାନ୍‌ ନାମରେ ପରିଚିତ ଅଣ୍ଡରଟେକ୍‌ର ୩ ଦଶକ ଧରି ରିଙ୍ଗ୍‌ରେ ତାଙ୍କର ଉତ୍ତମ ପ୍ରଦର୍ଶନ କରିଆସିଛନ୍ତି ।

ଅନ୍ୟ ଏଥ୍‌ଲେଟ୍‌ସ୍‌ ତୁଳନାରେ ତାଙ୍କର ଲଢ଼ିବାର ଷ୍ଟାଇଲ୍‌ ଥିଲା ନିଆରା । ତାଙ୍କ ଅବସର ପରେ ପ୍ରଶଂସକ ତାଙ୍କୁ ବେଶ୍‌ ମନେ ପକାଇବେ ବୋଲି କହିଛନ୍ତି । ଡକ୍ୟୁମେଣ୍ଟ୍ରିର ଶେଷ ଚାପ୍ଟରରେ ସେ ସନ୍ନ୍ୟାସ ନେବା ଘୋଷଣା କରି ପାରନ୍ତି ବୋଲି ପୂର୍ବରୁ ଶୁଣିବାକୁ ମିଳୁଥିଲା ।

ଯାହାକି ଆଜି ଅଣ୍ଡରଟେକର ଘୋଷଣା କରିଛନ୍ତି । ତାଙ୍କର ଆଉ ରିଙ୍ଗ୍‌କୁ ଫେରିବାର ଇଚ୍ଛା ନାହିଁ ବୋଲି ସେ କହିଛନ୍ତି । ଅଣ୍ଡରଟେକର୍‌ଙ୍କ ଶେଷ ମ୍ୟାଚ୍‌ ରେସଲ୍‌ମାନିଆ ୩୬ରେ ଥିଲା ଯେଉଁଠି ସେ ଏଜେ ଷ୍ଟାଇଲସ୍‌ ବିପକ୍ଷରେ ଖେଳିଥିଲେ ।

ଏହି ମ୍ୟାଚ୍‌ର ବିଜୟ ସହ ସେ ତାଙ୍କ କାରିଅରର ଶେଷ ମ୍ୟାଚ୍‌ ବୋଲି ଘୋଷଣା କରିଥିଲେ । ଯଦି ଡବ୍ଲ୍ୟୁଡବ୍ଲ୍ୟୁ ଚେୟାରମ୍ୟାନ୍‌ ଅନୁରୋଧ କରନ୍ତି ଆପଣ ଫେରିବେ କି ନାହିଁ ପ୍ରଶ୍ନର ଉତ୍ତରରେ ଅଣ୍ଡରଟେକର ଏହା ସମୟ ଆସିଲେ ଜଣାପଡ଼ିବ ବୋଲି କହିଥିଲେ ।

୩୦ ବର୍ଷ ଧରି ରିଙ୍ଗ୍‌ରେ ଦବାଦବା ଜାରି ରଖିଥିବା ଅଣ୍ଡରଟେକରଙ୍କୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ପରାସ୍ତ କରିଥିଲେ । ୧୯୯୬ରେ ବଲିଉଡ୍‌ ଫିଲ୍ମ ‘ଖିଲାଡିୟୋଁ କା ଖିଲାଡି’ର ଏକ ଫାଇଟ୍‌ ସୁଟିଂରେ ଅକ୍ଷୟଙ୍କ ସହ ଫାଇଟ୍‌ କରିଥିଲେ ଅଣ୍ଡରଟେକର ।

ଫିଲ୍ମ ପରଦାରେ ତ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର୍‌ ଅଣ୍ଡରଟେକରଙ୍କୁ ଅକ୍ଷୟ ପଲଟାଇ ଦେଇଥିଲେ । ହେଲେ ବାସ୍ତବରେ ତାହା ନଥିଲା । ୧୯୯୦ରେ ପ୍ରଥମଥର ପାଇଁ ଅଣ୍ଡରଟେକର ଡବ୍ଲ୍ୟୁଡବ୍ଲ୍ୟୁଇ ରିଙ୍ଗ୍‌କୁ ଆସିଥିଲେ । ଅଣ୍ଡରଟେକର ଆସିବା ପରେ ସେତେବେଳର ଷ୍ଟାର୍‌ ହଲ୍କ ହୋଗାନ୍‌ଙ୍କୁ ପରାସ୍ତ କରିଥିଲେ ।

ଏହା ପରଠାରୁ ତାଙ୍କ ହାତରୁ କେହି ବଞ୍ଚି ନାହାଁନ୍ତି । ରେସଲ୍‌ମାନିଆଁରେ ତାଙ୍କର ୨୫-୨ ର ସୁନ୍ଦର ରେକର୍ଡ ରହିଛି । ଦୁଇ ଦଶକ ଯାଏ ତାଙ୍କର ୨୧-୦ ରେକର୍ଡ କାୟମ ରହିଥିଲା । ଅଣ୍ଡରଟେକର ୪ ଥର ଡବ୍ଲ୍ୟୁଡବ୍ଲ୍ୟୁଇ ଚମ୍ପିଆନ୍‌, ୬ ଥର ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଟ୍ୟାଗ୍‌ ଟିମ୍‌ ଚମ୍ପିଆନ ଜିତିଛନ୍ତି । ଅଣ୍ଡରଟେକର ୨୦୦୭ରେ ରୟାଲ୍‌ ରମ୍ବଲ୍‌ ମଧ୍ୟ ଜିତିଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

28 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago