Categories: କ୍ରୀଡା

ବିଶ୍ୱପରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମୁକାବିଲା

ବିଶ୍ୱପରେ ଆଜି ଭାରତ- ୱେଷ୍ଟଇଣ୍ଡିଜ୍‌ ମୁକାବିଲା। ଭାରତୀୟ ସମୟ ଅପରାହ୍ନ ୩ଟାରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ ଜିତି ଭାରତ ସେମି ଫାଇନାଲ୍‌ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ। ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚରୁ ୯ ପଏଣ୍ଟ ପାଇଁ ବିଶ୍ୱକପ୍‌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନକୁ ଧୂଳି ଚଟେଇଛି କୋହଲି ବାହିନୀ। କେବଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିଲା। ସେପଟେ ଟକ୍କର ଦେବାକୁ ସମସ୍ତ ଦକ୍ଷତା ରଖିଛି ୱେଷ୍ଟଇଣ୍ଡିଜ। ଏପର୍ଯ୍ୟନ୍ତ ବିଶ୍ୱକପରେ ୬ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ବିଜୟ ଓ ୪ଟି ପରଜାୟ ସହ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି କାରାବେୟାନ୍‌ ଦଳ। କିନ୍ତୁ ପ୍ରତି ମ୍ୟାଚରେ ପ୍ରତିପକ୍ଷ ଟିମ୍‌କୁ କଡ଼ା ଚ୍ୟାଲେଞ୍ଜ ଦେଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମାତ୍ର ୫ ରନରେ ହାରିଥିଲା ୱେଷ୍ଟଇଣ୍ଡିଜ। ତେଣୁ ଆଜିର ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ୧୯୭୯ରୁ ଆଜି ପର୍ଯ୍ୟନ୍ତ ବିଶ୍ୱକପର ୪୦ ବର୍ଷ ଇତିହାସରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମାତ୍ର ୮ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୫ଥର ବିଜୟୀ ହୋଇଥିବା ବେଳେ କାରାବେୟାନ୍‌ ଟିମ୍‌ ଜିତିଛି ମାତ୍ପ ୨ଟି ମ୍ୟାଚ୍‌। ୧୯୯୬ ବିଶ୍ୱକପ ପରଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ କେବେ ବି ମ୍ୟାଚ୍‌ ହାରି ନାହିଁ ଭାରତ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago