ବିଶ୍ୱପରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମୁକାବିଲା

ବିଶ୍ୱପରେ ଆଜି ଭାରତ- ୱେଷ୍ଟଇଣ୍ଡିଜ୍‌ ମୁକାବିଲା। ଭାରତୀୟ ସମୟ ଅପରାହ୍ନ ୩ଟାରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ ଜିତି ଭାରତ ସେମି ଫାଇନାଲ୍‌ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ। ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚରୁ ୯ ପଏଣ୍ଟ ପାଇଁ ବିଶ୍ୱକପ୍‌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନକୁ ଧୂଳି ଚଟେଇଛି କୋହଲି ବାହିନୀ। କେବଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିଲା। ସେପଟେ ଟକ୍କର ଦେବାକୁ ସମସ୍ତ ଦକ୍ଷତା ରଖିଛି ୱେଷ୍ଟଇଣ୍ଡିଜ। ଏପର୍ଯ୍ୟନ୍ତ ବିଶ୍ୱକପରେ ୬ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ବିଜୟ ଓ ୪ଟି ପରଜାୟ ସହ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି କାରାବେୟାନ୍‌ ଦଳ। କିନ୍ତୁ ପ୍ରତି ମ୍ୟାଚରେ ପ୍ରତିପକ୍ଷ ଟିମ୍‌କୁ କଡ଼ା ଚ୍ୟାଲେଞ୍ଜ ଦେଇଛି।

indiavswestindies matchନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମାତ୍ର ୫ ରନରେ ହାରିଥିଲା ୱେଷ୍ଟଇଣ୍ଡିଜ। ତେଣୁ ଆଜିର ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ୧୯୭୯ରୁ ଆଜି ପର୍ଯ୍ୟନ୍ତ ବିଶ୍ୱକପର ୪୦ ବର୍ଷ ଇତିହାସରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମାତ୍ର ୮ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୫ଥର ବିଜୟୀ ହୋଇଥିବା ବେଳେ କାରାବେୟାନ୍‌ ଟିମ୍‌ ଜିତିଛି ମାତ୍ପ ୨ଟି ମ୍ୟାଚ୍‌। ୧୯୯୬ ବିଶ୍ୱକପ ପରଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ କେବେ ବି ମ୍ୟାଚ୍‌ ହାରି ନାହିଁ ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.