Below header

ଭଦ୍ରକ: ଦୁର୍ବଳ ନଦୀ ବନ୍ଧ ପାଇଁ ଆତଙ୍କିତ ଅବସ୍ଥାରେ ଧାମନଗର ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ବର୍ଷାଦିନ ଆସିଲାଣି । ଏବେ ଦୁର୍ବଳ ନଦୀବନ୍ଧ ଓ ସମ୍ଭାବ୍ୟ ବନ୍ୟାକୁ ନେଇ ଚିନ୍ତାରେ ନଈକୂଳିଆ ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ହେଉଛି କୋଚିଲା ନଦୀ । ଗତବର୍ଷ ବନ୍ୟା ପରେ ଏହି ନଦୀର ବାମ ଓ ଡାହାଣ ପାର୍ଶ୍ୱ ବନ୍ଧ ଦବି ଯାଇଛି । ହେଲେ ଏ ପର‌୍ୟ୍ୟନ୍ତ ଏହାର ସଦୃଢୀକରଣ ଠିକ୍‌ ଭାବେ କରାଯାଇ ପାରିନି । ଫଳରେ ବ୍ଲକର ଅର୍ଜୁନପୁର, ଦଳାଙ୍ଗ, ପଧାନି, ହସନାବାଦ ଆଦି ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ବନ୍ୟା ଦାଉରୁ ରକ୍ଷା ପାଇଁ ପଥର ପ୍ୟାକିଂ କାମ ଆରମ୍ଭ ହୋଇଛି । ଏହି କାମ ଅତି ନିମ୍ନମାନର ଓ ବିଳମ୍ବରେ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜଳ ସେଚନ ବିଭାଗକୁ ବାରମ୍ବାର ଦାବି କରାଯାଇଥିଲେ ବି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସେପଟେ ସମସ୍ୟା ସମ୍ପର୍କରେ ଜିଳ୍ଲାପାଳଙ୍କୁ ଅବଗତ କରାଯିବା ପରେ। ଖୁବଶୀଘ୍ର ନଦୀବନ୍ଧର ନିର୍ମାଣ କାର‌୍ୟ୍ୟ ଶେଷ ହେବ ବୋଲି କହିଛନ୍ତି ଜିଳ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.