କ୍ରୀଡା

ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨, ନଭେମ୍ବର ୫ ଓ ୬ରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ ପ୍ରତିଯୋଗିତା

କେନ୍ୟୁଜ୍(ବ୍ୟୁରୋ): ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨ । ନଭେମ୍ବର ୫ ଓ ୬ ତାରିଖରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ ପ୍ରତିଯୋଗିତା । ରଗ୍‌ବୀ ଇଣ୍ଡିଆ, ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କୋଚିଂ କ୍ୟାମ୍ପ କରାଯାଇଥିଲା । ଅକ୍ଟୋବର ୧ ତାରିଖରୁ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ କୋଚିଂ କ୍ୟାମ୍ପ ଆୟୋଜିତ ହୋଇଥିଲା । ଆଜି ଫାଇନାଲ ଟିମ୍‌ ଘୋଷଣା ସହ କିଟ୍‌ ବଣ୍ଟନ କରାଯାଇଥିଲା ।

ରାହୁଲ ବୋଷ, ରଗ୍‌ବୀ ଇଣ୍ଡିଆ ସଭାପତି, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗବୀ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର, କିଟ୍‌ ଓ କିସ କ୍ରୀଡ଼ା ମହାନିରର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଫାଇନାଲ ଟିମ୍‌ ଘୋଷଣା ହୋଇଥିଲା । ଭାରତୀୟ ଦଳରେ ଓଡ଼ିଶାର ୫ଜଣ ମହିଳା ଓ ଜଣେ ପୁରୁଷ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ କିସ୍‌ର ଛାତ୍ରଛାତ୍ରୀ ମାମା ନାୟକ ଅଧିନାୟକ, ତରୁଲତା ନାୟକ, ନିର୍ମାଲ୍ୟ ରାଉତ ଓ ଗଣେଶ ଧାଙ୍ଗଡା ମାଝୀ ଅଛନ୍ତି । ଖେଳାଳି ମାନଙ୍କୁ ଶୁଭକାମନା ଜଣାଇଛନ୍ତି ଡ. ଅଚ୍ୟୁତ ସାମନ୍ତ । କୋଚିଂ କ୍ୟାମ୍ପ ସହ ଖେଳାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇଥିବାରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

24 mins ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

2 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

3 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

5 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

5 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago