ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨, ନଭେମ୍ବର ୫ ଓ ୬ରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ ପ୍ରତିଯୋଗିତା

କେନ୍ୟୁଜ୍(ବ୍ୟୁରୋ): ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨ । ନଭେମ୍ବର ୫ ଓ ୬ ତାରିଖରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ ପ୍ରତିଯୋଗିତା । ରଗ୍ବୀ ଇଣ୍ଡିଆ, ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କୋଚିଂ କ୍ୟାମ୍ପ କରାଯାଇଥିଲା । ଅକ୍ଟୋବର ୧ ତାରିଖରୁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ କୋଚିଂ କ୍ୟାମ୍ପ ଆୟୋଜିତ ହୋଇଥିଲା । ଆଜି ଫାଇନାଲ ଟିମ୍ ଘୋଷଣା ସହ କିଟ୍ ବଣ୍ଟନ କରାଯାଇଥିଲା ।
ରାହୁଲ ବୋଷ, ରଗ୍ବୀ ଇଣ୍ଡିଆ ସଭାପତି, କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗବୀ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର, କିଟ୍ ଓ କିସ କ୍ରୀଡ଼ା ମହାନିରର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଫାଇନାଲ ଟିମ୍ ଘୋଷଣା ହୋଇଥିଲା । ଭାରତୀୟ ଦଳରେ ଓଡ଼ିଶାର ୫ଜଣ ମହିଳା ଓ ଜଣେ ପୁରୁଷ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ କିସ୍ର ଛାତ୍ରଛାତ୍ରୀ ମାମା ନାୟକ ଅଧିନାୟକ, ତରୁଲତା ନାୟକ, ନିର୍ମାଲ୍ୟ ରାଉତ ଓ ଗଣେଶ ଧାଙ୍ଗଡା ମାଝୀ ଅଛନ୍ତି । ଖେଳାଳି ମାନଙ୍କୁ ଶୁଭକାମନା ଜଣାଇଛନ୍ତି ଡ. ଅଚ୍ୟୁତ ସାମନ୍ତ । କୋଚିଂ କ୍ୟାମ୍ପ ସହ ଖେଳାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇଥିବାରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଗ୍ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ।