Categories: କ୍ରୀଡା

ପଡ଼ିଆ ଭିତରେ କିପରି ଡ୍ୟାନ୍ସ କଲେ କ୍ୟାପଟେନ୍‌ ବିରାଟ କୋହଲି, ଦେଖନ୍ତୁ ଏହି ଭିଡିଓ

ବିରାଟ କୋହଲିଙ୍କ ଡ୍ୟାନ୍ସ । ପଡ଼ିଆ ଭିତରେ ନାଚିଲେ କ୍ୟାପଟେନ୍‌ । ଭିଡିଓକୁ ଦେଖିଲେ ଜାଣିପାରିବେ କେମିତି ଡ୍ୟାନ୍ସ କରି ମନ ଖୁସି କରୁଛନ୍ତି କୋହଲି । ଆଡିଲେଡ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୫ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା । ତୃତୀୟ ଦିନ ଖେଳର ପ୍ରଥମ ସେସନ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ୧୫ ରନ୍‌ ପଛରେ ରହିଯାଇଛି କଙ୍ଗାରୁ ବାହିନୀ । କମାଲ୍‌ କରିଥିଲେ ଭାରତୀୟ ବୋଲର । ଏଥିରେ ଉତ୍ସାହିତ ହୋଇ ସ୍ଲିପ୍‌ କର୍ଡନରେ ଫିଲ୍ଡିଂ କରିବା ବେଳେ ଖୁସିରେ ଡ୍ୟାନ୍ସ କରିଥିଲେ କୋହଲି । କିଛି ଷ୍ଟେପ କରିଥିଲେ ।

ସେହି ସମୟର ଭିଡିଓ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଅଫିସିଆଲ୍‌ ଟ୍ଵିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛି । ଏହାର କ୍ୟାପସନ୍‌ ରଖିଛି Virat’s Loving it । ସେପଟେ କୋହଲିଙ୍କ ଏଭଳି ଡ୍ୟାନ୍ସ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର୍‌ । ସେ କହିଛନ୍ତି, ବିରାଟ କୋହଲିଙ୍କଠାରେ ଏଭଳି ଉତ୍ସାହ ଦେଖି ସେ ଖୁସି । କିନ୍ତୁ ଅଷ୍ଟ୍ରେଲିଆ ଖେଳାଳି ଏଭଳି କରିଥିଲେ ବିଶ୍ୱ କ୍ରିକେଟ ତାହାକୁ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖି ଥାଆନ୍ତା ।

ଦେଖନ୍ତୁ ଭିଡିଓ :

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

10 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

20 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

23 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

56 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

58 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago